jayashree

ପାଇକମାଲ ଦୁର୍ଗାପୂଜା ପାଇଁ ନୂତନ କମିଟି ଗଠିତ

  • ପୂଜା ପରିଚାଳନା କମିଟି ସଭାପତି ହେଲେ ଗୌତମ ସିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦୁର୍ଗାପୂଜାକୁ ଶୃଙ୍ଖଳିତ, ଶାନ୍ତିଶୃଙ୍ଖଳାର ସହିତ ଏବଂ ଆକର୍ଷଣୀୟ ଭାବେ ପାଳନ କରିବା ନେଇ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଏହା ସହିତ ଚଳିତ ବର୍ଷର ପୂଜା ପରିଚାଳନା ପାଇଁ ନୂତନ କମିଟି ଗଠନ କରାଯାଇଥିଲା । କର୍ତ୍ତା ଭାବେ ଗୋବର୍ଦ୍ଧନ ଅଗ୍ରୱାଲ ଓ ଅନୀଲ ଗୁପ୍ତା ସପତ୍ନୀକ ଦାୟିତ୍ୱ ତୁଳାଇବେ । ସେହିପରି ସଭାପତି ଭାବେ ଗୌତମ ସିଂ, ଉପ ସଭାପତି କୁନ୍ଦନ ପ୍ରଧାନ, ସମ୍ପାଦକ ସଞ୍ଜୟ ଭୋଇ, ସହ ସମ୍ପାଦକ ଆକାଶ ପାଣିଗ୍ରାହୀ ଏବଂ କୋଷାଧ୍ୟକ୍ଷ ଭାବେ ରାଜେଶ ଅଗ୍ରୱାଲ ମନୋନୀତ ହୋଇଛନ୍ତି । କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଯୋଗେନ୍ଦ୍ର ଭୋଇ, ସୁବାଷ ସଗଡିଆ, ଗୋବର୍ଦ୍ଧନ ଅଗ୍ରୱାଲ, ବିନୋଦ କାଲିଆ, ସୁଶାନ୍ତ ନାଗ, ମହେଶ ଅଗ୍ରୱାଲ, ଆଶୁତୋଷ ସାହୁ, ସନ୍ତୋଷ ପାଣିଗ୍ରାହୀ, କ୍ରିଷ୍ଣା ଅଗ୍ରୱାଲ, ରାକେଶ ଅଗ୍ରୱାଲ, ବିକାଶ ବହିଦାର ଓ ତନୁଜ ବାରିକଙ୍କୁ ଚୟନ କରାଯାଇଛି । ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ସୁବିଧା, ପୂଜା ପରିଚାଳନା ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

Leave A Reply

Your email address will not be published.