
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ୍ ଦ୍ୱାରା ଆୟୋଜିତ ନିରାପତ୍ତା ଓ ନାରୀ ସଶକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର କଲେଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଏନ୍ଜିଓର କର୍ମକର୍ତ୍ତା ଅନ୍ନ ଭୋଇ ଯୋଗ ଦେଇଥିଲେ । ଓଡ଼ିଆ ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ମେହେର ଛାତ୍ରୀମାନଙ୍କୁ କିପରି ନିରାପଦ ଓ ନିଜକୁ ସଚେତନ ନିହାତି ଆବଶ୍ୟକ ବୋଲି ମତପୋଷଣ କରିଥିଲେ । କ୍ରୀଡ଼ା ଶିକ୍ଷକ ରମାକାନ୍ତ ରାଉତ୍ ସୂଚନା ପ୍ରଦାନ କରିଥିବା ବେଳେ ଶକ୍ତିଶ୍ରୀ ସଂଯୋଜିକା ବାରିଧି ତନୟା ତ୍ରିପାଠୀ ମଂଚ ଆହ୍ୱାନ କରିଥିଲେ । କଲେଜର ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ରାଜନୀତି ବିଭାଗର ଅଧ୍ୟାପକ ସଞ୍ଜୀବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।