
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ହାତୀସରା ପଞ୍ଚାୟତ ଅନ୍ତର୍ଗତ ନାଇକେନଶିରା ଗାଁ ଜଗନ୍ନାଥ ପଥାଗଣ ପରିସରରେ ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଶୁକ୍ରବାର ଦିନ ଜନ୍ମାଷ୍ଟମୀ ମହାସମାରୋହରେ ପାଳନ ହୋଇଯାଇଛି । ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସା ଅତିଥି ପରିଚୟ ପ୍ରଦାନ କରିଥିଲେ । ଜନ୍ମାଷ୍ଟମୀ ଅବସରରେ ବିଭିନ୍ନ ବେଶରେ ସଜ୍ଜିତ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଗ୍ରାମ ପରିକ୍ରମା କରିବା ପରେ ସ୍ଥାନୀୟ ପାଠାଗାରରେ ନୃତ୍ୟ ଓ ନାଟକ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ଅଭିଭାବକ ଓ ଗ୍ରାମବାସୀ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଶାନ୍ତ ସାହୁ, କୁନୁ ସାହୁ, ବ୍ୟାସ ମେହେର, ସଞ୍ଜୁ ପାଣ୍ଡେ, ପ୍ରଭାସିନୀ ପଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଗୁରୁଜୀ ଭବାନୀ ପ୍ରସାଦ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।