jayashree

ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ : ଫାଇନାଲ ଲାଇନ ଅପ ଚୂଡାନ୍ତ

  • ପୁରୁଷ ସିଙ୍ଗଲସ ଫାଇନାଲରେ ଅଂଶ ନେଗୀ ଓ ଦିବ୍ୟମ କେଜ୍ରିୱାଲଙ୍କ ମଧ୍ୟରେ ମୁକାବିଲା
  • ଜୁନିଅର ବାଳିକା ଫାଇନାଲରେ ନିମିଶା ଓଝା ଓ ସ୍ଵାତି ନାୟକ
  • ମହିଳା ସିଙ୍ଗଲ ଫାଇନାଲ ମନୀଷା ତୀର୍କୀ ଓ ଇସିତା ବିଶ୍ୱାସଙ୍କ ମଧ୍ୟରେ ମୁକାବିଲା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପୋଖରୀପୁଟ ଇଣ୍ଡୋର ଷ୍ଟାଡ଼ିୟମରେ ୟୋନେକ୍ସ-ସାନରାଇଜ ଇଷ୍ଟ ଜୋନ ଆନ୍ତଃ ରାଜ୍ୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍‌ର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ଆଜି ଅନୁଷ୍ଠିତ ପ୍ରଥମ ଜୁନିଅର ବାଳିକା ସେମିଫାଇନାଲରେ ଓଡିଶା ଖେଳାଳୀ ନିମିଶା ଓଝା ଉତ୍ତର ପ୍ରଦେଶର ରୁଦ୍ରକ୍ଷୀ ରାଣାଙ୍କୁ ୧୫-୧୦, ୧୫-୧୩ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି । ଏହି ବିଭାଗର ଦ୍ଵିତୀୟ ସେମିରେ ଓଡ଼ିଆ ଖେଳାଳୀ ସ୍ଵାତି ନାୟକ ବିହାରର ଶ୍ରୀଜାଙ୍କୁ ୧୫-୧୨, ୧୫-୧୩ ପଏଣ୍ଟରେ ହରାଇ ଫାଇନାଲରେ ପହଂଚି ଓଡିଶା ପାଇଁ ବ୍ୟକ୍ତିଗତ ବିଭାଗରେ ସ୍ଵର୍ଣ୍ଣ ଓ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ସିନିଅର ମିକ୍ସଡ଼ ଡବଲସରେ ଓଡିଶା ଯୋଡି ଜଗଦୀଶ କଲଗା ଓ ହର୍ଷିତା ରାଉତ ପଶ୍ଚିମବଙ୍ଗର ଅସ୍ମିତ ଅଗ୍ରୱାଲ ଓ ସୂତାନ୍ୱି ସରକାରଙ୍କୁ ୧୫-୮, ୧୫-୮ ପଏଣ୍ଟ ପରାସ୍ତ କରି ଫାଇନାଲ ପହଞ୍ଚିଛନ୍ତି । ଏହି ବିଭାଗର ଅନ୍ୟ ସେମିରେ ଝାରଖଣ୍ଡ ଯୋଡି ପ୍ରିୟାଂଶୁ ତୀର୍କୀ ଓ ଅନନ୍ୟା ସିଂ ଉତ୍ତର ପ୍ରଦେଶ ଯୋଡି ଅସ୍ମିତ ସିଂ ଓ ରିଦ୍ଧି ଭରଦ୍ୱାଜଙ୍କୁ ୧୬-୧୪, ୧୫-୯ ପଏଣ୍ଟ ହରାଇ ଫାଇନାଲରେ ଓଡିଶା ମିକ୍ସଡ଼ ଡବଲସ ଯୋଡିଙ୍କୁ ଭେଟିବେ । ଜୁନିଅର ମିକ୍ସଡ଼ ଡବଲସରେ ଓଡିଶା ଯୋଡି ସୌମ୍ୟଜିତ ସାହୁ ଓ ଅସ୍ୱୀକା ମିଶ୍ର ଫାଇନାଲରେ ଉତ୍ତରପ୍ରଦେଶ ଯୋଡି ଅଭିଷେକ କୁସ୍ୱା ଓ ରିଧିମା ସିଂଙ୍କୁ ଭେଟିବେ । ମହିଳା ସିଙ୍ଗଲସ ସେମିରେ ଝାରଖଣ୍ଡର ମନୀଷା ତିର୍କୀ ଉତ୍ତରାଖଣ୍ଡର ଲାବଣ୍ୟ କର୍କୀଙ୍କୁ ହରାଇ ଫାଇନାଲରେ ପହଂଚିଛନ୍ତି । ଅନ୍ୟ ସେମି ପଶ୍ଚିମବଙ୍ଗର ଇସିତା ବିଶ୍ୱାସ ଓଡିଶା ଖେଳାଳୀ ତୁମି ବାଗଚିଙ୍କୁ ହରାଇ ମହିଳା ସିଙ୍ଗଲସ ଫାଇନାଲରେ ପହଂଚିଛନ୍ତି । ପୁରୁଷ ସିଙ୍ଗଲସ ସେମିରେ ଉତ୍ତରରାଖଣ୍ଡର ଅଂଶ ନେଗୀ ଉତ୍ତରପ୍ରଦେଶର ଅଂଶ ବିଶାଳ ଗୁପ୍ତା ୧୫-୧୧, ୧୫-୧୨ରେ ହରାଇ ଫାଇନାଲରେ ପହଂଚିଛନ୍ତି । ଦ୍ଵିତୀୟ ସେମିରେ ଓଡ଼ିଶା ଖେଳାଳୀ ଦିବ୍ୟମ କେଜ୍ରିୱାଲ ଉତ୍ତରରାଖଣ୍ଡର ରାଜଦେବ ତୋମାରଙ୍କୁ ୧୪-୧୬, ୧୫-୫ ଓ ୧୫-୧୨ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି । ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ କାମ କରୁଥିବା ମୁଖ୍ୟ ରେଫରୀ, ଡେପୁଟି ରେଫରୀ ତଥା ସମସ୍ତ ଅଫିସିଏଲ ମାନଙ୍କୁ ଆଜି ଆୟୋଜନ କମିଟି ତରଫରୁ ସମ୍ମାନିତ କରାଯାଇଥିଲା । ୬ ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ ।

Leave A Reply

Your email address will not be published.