jayashree

ନିଶାମୁକ୍ତ ଭାରତ ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : “ନିଶାମୁକ୍ତ ଭାରତ ଅଭିଯାନ” ଭାରତ ସରକାରଙ୍କ “ସାମାଜିକ ନ୍ୟାୟ ଓ ଅଧିକାରିତା” ନ୍ୟାୟାଳୟ ଦ୍ୱାରା ୧୫ ଅଗଷ୍ଟ ୨୦୨୦ରେ ଆରମ୍ଭ ହୋଇଥିବା ଏକ ରାଷ୍ଟ୍ରୀୟ ଅଭିଯାନ, ଯାହାର ଉଦ୍ଦେଶ୍ୟ ଭାରତକୁ ନିଶାମୁକ୍ତ କରିବା, ଏହି ଉଦ୍ଦେଶ୍ୟ ନେଇ ରାଉରକେଲା ଆଇନ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧକ୍ଷା ଡ଼କ୍ଟର ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତାରେ ଓ ସଂଯୋଜକ ଡକ୍ଟର ତନ୍ମୟ ରାଜ ପାଢ଼ୀଙ୍କ ସଂଯୋଜନାରେ “ନିଶାମୁକ୍ତ ଭାରତ ଅଭିଯାନ” ପରିପ୍ରେକ୍ଷୀରେ ଏକ କର୍ମଶାଳାର ଆୟୋଜନ ବ୍ରହ୍ମକୁମାରୀ ସଂଗଠନର “ମିଶନ ସ୍ପନ୍ଦନ” କର୍ମକର୍ତ୍ତାଙ୍କ ଦ୍ୱାରା କରାଯାଇଥିଲା । ଏହି କର୍ମଶାଳାରେ ମିଶନ ସ୍ପନ୍ଦନର କର୍ମକର୍ତ୍ତା ବ୍ରହ୍ମ କୁମାରୀ ସୁଦୀପ, ବ୍ରହ୍ମ କୁମାରୀ ରାଜୀବ, ବ୍ରହ୍ମ କୁମାରୀ ରିତା ଯୋଗଦେଇଥିଲେ । ବ୍ରହ୍ମ କୁମାରୀ ରାଜୀବ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନିଶାର ଅପକାରିତା ବିଷୟରେ ଆଲୋଚନା କରିଥିଲେ । ସେ ସଚିନ ତେନ୍ଦୁଲକର, ଧ୍ୟାନଚନ୍ଦ ଏହିପରି ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱର ଉଦାହରଣ ଦେଇ ସେମାନଙ୍କ ପରି ଭଲ ଅଭ୍ୟାସକୁ ନିଶା ରୂପେ ଗ୍ରହଣ କରିବା ପାଇଁ ଉପଦେଶ ଦେଇଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶପଥପାଠ କରାଇଥିଲେ । ସେମାନେ ନିଜକୁ ଭଲପାଇଲେ ଏବଂ ସମ୍ମାନ ଦେଲେ, ଆମେ ନିଶାଠାରୁ ନିଜକୁ ଦୁରେଇ ରଖିପାରିବାର ଉପଦେଶ ଦେଇଥିଲେ । ଏହି କର୍ମଶାଳାରେ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ରାଜ ପାଢ଼ୀ ଓ ଦ୍ୱିବେନ୍ଦୁ କୁମାର ପଣ୍ଡା ଭାରତୀୟ ସମ୍ବିଧାନରେ ନିଶାମୁକ୍ତ ଆଇନକୁ ତାଙ୍କ ବକ୍ତବ୍ୟରେ ଉପସ୍ଥାପିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ, କାର୍ଯ୍ୟାଳୟ କର୍ମଚାରୀମାନେ ମଧ୍ୟ ଯୋଗଦେଇଥିଲେ । ଏହି କର୍ମଶାଳାର ମଞ୍ଚ ପରିଚାଳନା ଛାତ୍ର ଚିନ୍ମୟ ନାରାୟଣ ପ୍ରଧାନ କରିଥିଲେ ଓ ଛାତ୍ର ଧରିତ୍ରୀ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରି କର୍ମଶାଳାର ପରିସମାପ୍ତି ଘୋଷଣା କରିଥିଲେ ।

Leave A Reply

Your email address will not be published.