jayashree

ନୂତନ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧକ୍ଷା ଡ଼କ୍ଟର ସମ୍ପାଦିକା ମହାନ୍ତି ଅଧକ୍ଷତା କରି ନିଜ ବକ୍ତବ୍ୟରେ କଲେଜର ନବାଗତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିବା ସହ ଲକ୍ଷ୍ୟପଥରେ ପହଞ୍ଚିବା ପାଇଁ ଛାତ୍ରଛାତ୍ରୀ ଦୃଢ ନିଷ୍ଟା ଓ ଅଧ୍ୟବସାୟ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । କଲେଜର ଅତିଥି ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ପ୍ରାଧ୍ୟାପକ, କର୍ମଚାରୀ ପ୍ରମୁଖ ଯୋଗଦେଇ ନବକ୍ଷଗତ ଛାତ୍ରଛାତ୍ରୀମାନଙ୍କୁ ନିଷ୍ଠାର ସହିତ ଶିକ୍ଷାଗ୍ରହଣ ଓ ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସମ୍ଭିଧାନର ମୁଖପତ୍ର, ମହାବିଦ୍ୟାଳୟର ଛାତ୍ରନୀତି, ପାଠାଗାର ନୀତି ସହିତ ପାଠ୍ୟକ୍ରମ ଏବଂ ବିଷୟବସ୍ତୁ ସମ୍ଭଳିତ ଏକ କିଟ ପ୍ରଦାନ କରାଯାଇଥିଲା । ଛାତ୍ର ଅମିତ ପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ଛାତ୍ର ହବିବୁର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.