jayashree

କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବିଧାୟକ ଦୁର୍ଗା ତନ୍ତୀଙ୍କ ଦ୍ଵାରା ଭୂମି ପୂଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ଲାଠିକଟା ଠାରେ ସ୍ଥାନୀୟ ଅଂଚଳବାସୀଙ୍କ ଆବଶ୍ୟକତାକୁ ଦେଖି ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇଦେବା ପାଇଁ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବା ପରେ ଆଜି ଲାଠିକଟା ଅଞ୍ଚକ ଗସ୍ତ ସମୟରେ ବିଧାୟକ ଶ୍ରୀ ତନ୍ତୀଙ୍କ ଦ୍ୱାରା କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସ୍ଥିର ହୋଇଥିବା ସ୍ଥାନରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୂମି ପୂଜନ କାର୍ଯ୍ୟକ୍ରମ ସମୟରେ ବ୍ଲକ ଉନ୍ନୟନ ଅଧିକାରୀ ମାନସ କୁମାର ସାହୁଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଦଳର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.