
ରାଉରକେଲା, (କେପିଏନ୍ଏସ୍) : ଘର କାନ୍ଥ ପଡ଼ି ଚାଲିଗଲା ଦୁଇ ବୃଦ୍ଧ ଦମ୍ପତିଙ୍କ ଜୀବନ । ରାଉରକେଲା ସହରର ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ରାନଟୋ ଗାଁ, ବିରକେରା ପଞ୍ଚାୟତରେ ଘଟିଛି ଏହି ଦୁଃଖଦ ଘଟଣା । ସୂଚନା ଅନୁସାରେ, ଘରେ ଥିବା ସମୟରେ ହଠାତ୍ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏହା ତଳେ ଚାପି ହୋଇ ଦୁଇ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣାର ଖବର ପାଇ ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ରାନଟୋ ଗାଁରେ ପହଞ୍ଚିଥିଲା । ପୋଲିସ ଘଟଣାସ୍ଥଳରୁ ଦୁଇଜଣଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକମାନେ ହେଲେ ଟେଙ୍ଗା କିସପଟା ଏବଂ ତାଙ୍କ ପତ୍ନୀ ମହି କିସପଟା । ତେବେ ଘର କାନ୍ଥ କେଉଁ ପରିସ୍ଥିତିରେ ଭୁଶୁଡ଼ି ପଡ଼ିଲା ଏବଂ ଏହି ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏହି ଅଘଟଣକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।