jayashree

ଏନ୍‌ସିସି ଚୟନରେ ଭାରସୁଜା ବିଦ୍ୟାଳୟର ୪୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୫ ଜଣ ମନୋନୀତ

  • ଶୃଙ୍ଖଳା ଓ ଦେଶପ୍ରେମର ନୂଆ ଅଧ୍ୟାୟ ଆରମ୍ଭ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଚେଲିଆପାଟ ନୋଡାଲ ହାଇସ୍କୁଲ, ଭାରସୁଜାରେ ଏନ୍‌ସିସି (National Cadet Corps) ନାମଲେଖା ଓ ଚୟନ ପ୍ରକ୍ରିୟା ଉତ୍ସାହ ଓ ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି । ଏନ୍‌ସିସି ନିର୍ଦ୍ଦେଶ ଅନୁଯାୟୀ ମୋଟ ୪୦ ଜଣ ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ଚୟନ କରାଯାଇଛି । ଚୟନ ପ୍ରକ୍ରିୟାରେ ୧୧(O) BN NCC , BALANGIR ରୁ PI stsff ଆସି ଛାତ୍ରଛାତ୍ରୀଙ୍କ ଶାରୀରିକ ଦକ୍ଷତା, ଶୃଙ୍ଖଳା, ନେତୃତ୍ୱ ଗୁଣ, ଉପସ୍ଥିତି, ଏନ୍‌ସିସି ପ୍ରତି ଆଗ୍ରହ ଓ ଦାୟିତ୍ୱବୋଧ ଭଳି ବିଭିନ୍ନ ଦିଗକୁ ବିଚାରକୁ ନିଆଯାଇଥିଲା । ଯୋଗ୍ୟତା ଓ ପ୍ରଦର୍ଶନ ଆଧାରରେ ଚୟନିତ ୨୫ ଜଣ କ୍ୟାଡେଟ୍ ଏବେ ଏନ୍‌ସିସିର ବିଭିନ୍ନ ପ୍ରଶିକ୍ଷଣ ଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନ ଶିକ୍ଷକ ସୁଶାନ୍ତ ମଲ୍ଲିକଙ୍କ ତତ୍ୱବାଧାନରେ ଏହି ଚୟନ ପ୍ରକ୍ରିୟାକୁ ସଫଳ ଓ ସୂଚାରୁ କରାଯାଇଥିଲା ଏବଂ ବିଦ୍ୟାଳୟର CTO ଦିଲୀପ ଡାଙ୍ଗଙ୍କ ସମେତ ଶ୍ରୀମତୀ ସୁଜାତା ସାହୁ, ଶ୍ରୀମତୀ ଲୋଚନା ସାହୁ, ଶ୍ରୀମତୀ ଲୁଭାସିନୀ ଭୋଇ, ମୁକେଶ ଚୌହାନ, ଆଲୋକ ଜୋଶୀ, ସୋମେଶ୍ୱର ପଧାନ, ଲିଙ୍ଗରାଜ କୁମ୍ଭାର, ନିମାଇଁ ଚରଣ ମେହେର, ସଞ୍ଜୟ ସାହୁ, ସୁବ୍ରତ ଥାଟି, ସୁରେଶ କୁମାର ତାଣ୍ଡି ଓ ଶ୍ରୀମତୀ ବିଦ୍ୟାପତି ମେହେର ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ସମଗ୍ର ଚୟନ ପ୍ରକ୍ରିୟାରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିଜ ନିଜ ଦାୟିତ୍ୱ ନିଷ୍ଠାର ସହିତ ତୁଲାଇଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ଏହି ପ୍ରୟାସ ବିଦ୍ୟାଳୟରେ ଶୃଙ୍ଖଳା, ନେତୃତ୍ୱ, ଦେଶପ୍ରେମ ଓ ସେବା ମନୋଭାବ ବିକାଶରେ ଏକ ନୂଆ ଦିଗ ଖୋଲିଛି ।

Leave A Reply

Your email address will not be published.