jayashree

ପିପିପି ହାଇସ୍କୁଲରେ ଗଙ୍ଗାଧର ଜୟନ୍ତୀ ପାଳିତ

ଗାଇସିଲେଟ, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ପିପିପି ହାଇସ୍କୁଲ ବରିହାପୁଖାପାଣିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ମା’ ବାଗଦେବୀ ସରସ୍ୱତୀଙ୍କ ଠାରେ ପୂଜାର୍ଚ୍ଚନା ଓ ସ୍ୱଭାବ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଆରମ୍ଭ ହୋଇଥିବା ଏହି ସମାରୋହର ସାରସ୍ୱତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋହନ ରଣାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବୀର ସୁରେନ୍ଦ୍ର ସାଏ ନୋଡାଲ ହାଇସ୍କୁଲ କଠଉମାଳର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା ଓ ମୁଖ୍ୟବକ୍ତା ଭାବରେ ଛେଲିଆପାଟ ନୋଡାଲ ହାଇସ୍କୁଲ ଭରସୁଜାର ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଆନନ୍ଦ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ ପ୍ରଦିପ୍ତ କୁମାର ପ୍ରଧାନ ଯୋଗଦେଇଥିଲେ । ମୁଖ୍ୟବକ୍ତା ଗଙ୍ଗାଧର ସାହିତ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ନୈତିକ ଶିକ୍ଷା ବିଷୟରେ ଆଲୋଚନା କରି ପରିଶ୍ରମ, କୃଷକ ସଂଗୀତ, ଅର୍ଘ୍ୟଥାଳି, ଖଦ୍ୟୋତର ଖେଦ ଆଦି ଅନେକ କାବ୍ୟକବିତାର ପଂକ୍ତି ଗୁଡ଼ିକ ଉଦ୍ଧାର କରି ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଐଶ୍ୱର୍ଯ୍ୟା ପ୍ରଧାନ, ଜସ୍ମିନ ସାହୁ, ବବୁଲୁ ବରିହା, ନେହା ସାହୁ, ଜଲସା ସାହୁ, ସଂଗୀତା ବଢାଇ, ମାମିନୀ ରଣା, ଜିଗିଶା ପ୍ରଧାନ, ରିତାଞ୍ଜଳି ନାଏକ, କବିତା ବରିହା, ଶୃତିକା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ବଳରାମ ବଗର୍ତ୍ତି, ଗଙ୍ଗାଧର କୁମ୍ଭାର, ଅଶ୍ୱିନୀ କୁମାର ଦାଶ, ସୁରଥ ଭୋଇ, ରାଧେଶ୍ୟାମ ପ୍ରଧାନ, ରବିନାରାୟଣ ବେହେରା, ସୁନୀଲ ବାରିକ ପ୍ରମୁଖ ଶିକ୍ଷକ କର୍ମଚାରୀ ବିଶେଷ ସହଯୋଗିତା କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅରକ୍ଷିତ ବାରିକ ଧନ୍ୟବାଦ ଅର୍ପଣ ଜଣାଇଥିଲେ।

Leave A Reply

Your email address will not be published.