jayashree

ହାତୀ ନେଲା ନିରୀହ ଲୋକର ଜୀବନ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : କିଛି ବର୍ଷ ହେବ ଜଙ୍ଗଲକୁ ଛାଡି ଗାଁ ମୁହାଁ ହେବାରେ ଲାଗିଛନ୍ତି ହାତୀପଲ । କେତେକ ଗାଁ ମାନଙ୍କୁ ଚାଷ ନଷ୍ଟ କରୁଥିବା ବେଳେ ଆଉ କେତେକ ଗାଁରେ ଘରଦ୍ୱାର ଭାଙ୍ଗି ଚୁରମାର କରିଦେଉଛି ତ ଆଉ କେତେକ ଗାଁରେ ଲୋକଙ୍କ ଜୀବନ ନେବାରେ ପଛାଉ ନାହିଁ । ଏଭଳି ଦୁଃଖଦ ଭରା ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ନୁନହାଡ଼ ଗାଁରେ । ସୂଚନାଯୋଗ୍ୟ ଯେ, ଆଜି ସକାଳୁ ନୁନହାଡ଼ ଗାଁର ଧରମୁ ନାଏକ (୬୫) ନିକଟରେ ଥିବା ବିଲକୁ ଶୌଚ ହେବାପାଇଁ ଯାଇଥିଲେ । କିନ୍ତୁ କିଏ ଜାଣିଥିଲା ସେଠାରେ ତାଙ୍କୁ ଯମ ଜଗିଛି ବୋଲି । ହଠାତ୍‌ ହାତୀ ଆସି ଧରମୁ ନାଏକଙ୍କୁ ଉଠାଇ ଗୋଡ଼ରେ ଚକଟି ଦେଇଛି । ଖବର ପାଇ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ତାଙ୍କୁ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଅଞ୍ଚଳରେ ଶୋକାକୁଳ ଖେଳିଯାଇଛି ଏବଂ ଲୋକେ ବାହାରକୁ ଯିବା ପାଇଁ ଭୟ କରୁଛନ୍ତି । ଏଠାରେ ପ୍ରଶ୍ନ ଉଠିଛି ଯେ, ହାତୀ ଘଉଡ଼ାଇବା ପାଇଁ ବନବିଭାଗ ଶୋଇପଡିଛି ନା ନିଜ ଜୀବନକୁ ବଞ୍ଚାଇବା ପାଇଁ ଠିକ୍‌ କାମରେ ଅବହେଳା କରୁଛି ।

Leave A Reply

Your email address will not be published.