ମର୍ମନ୍ତୁଦ ସଡକ ଦୁର୍ଘଟଣା : ବୋଲେରୋ ଧକ୍କାରେ ଶଳା-ଭିଣୋଇ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଭଗାମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଚାଲି ଚାଲି ଯାଉଥିଲା ବେଳେ ଏକ ବୋଲେରୋ ଧକ୍କା ଦେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁହେଁ ଶଳା-ଭିଣୋଇ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଆଜି ସକାଳ ପ୍ରାୟ ସାଢେ ୭ଟା ବେଳେ ଶିବ ମହାକୁଡ଼ (୩୬) ଓ ତାଙ୍କ ଶାଳକ କାଳିଆ ମହାକୁଡ (୨୬) ଦୁହେଁ ଚାଲିଚାଲି ଯାଉଥିଲେ । ଏହି ସମୟରେ ଏକ ବୋଲେରୋ (ନଂ-ଓଆର୦୫ଏଏମ-୧୭୧୩) ସେମାନଙ୍କ ଉପରେ ଚଢ଼ିଯାଇ ରାସ୍ତା ତଳକୁ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ଏ ନେଇ ନରଣପୁର-ଡୁବୁରି ରାସ୍ତା ଅବରୋଧ କରିଛନ୍ତି ।

Leave A Reply

Your email address will not be published.