ରାମେଶ୍ୱର କିକ୍ରେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ : ଚମ୍ପିୟାନ ଓଗାଳପଡା କ୍ରିକେଟ କ୍ଳବ, ସାମ୍ବାଦିକ ଓ ସାମାଜିକ କର୍ମୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ପଞ୍ଚାୟତ ହାଇସ୍କୁଲ ହରିପୁର ଖେଳପଡିଆରେ ସ୍ୱାଧୀନ ସେବା ସଂସ୍ଥାନ ଚେରିଟେବୁଲ ଟ୍ରଷ୍ଟ, ଆନୁକୁଲ୍ୟରେ ରାମେଶ୍ୱର କ୍ରିକେଟ ଟୁର୍ଣ୍ଣମେଣ୍ଟ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଫାଇନାଲ ମ୍ୟାଚ ବରପଦା କ୍ରିକେଟ ଦଳ ସହିତ ଓଗାଳପଡ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଓଗାଳପଡା ଦଳ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୯୯ ରନ ସଂଗ୍ରହ କରିଥିଲେ । ଜବାବରେ ବରପଦା କ୍ରିକେଟ ଦଳ ୧୯ ଓଭରରେ ୧ଟି ବଲରେ ସମସ୍ତ ଉଇକେଟ ହରାଇ ୮୦ରନ କରିଥିଲେ । ୧୯ ରନରେ ଜିତି ଓଗାଳପଡା ଦଳ ଏ ବର୍ଷର ଚମ୍ପିୟାନ ହୋଇଛି । ପ୍ରତାପ ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଅମୀୟ ରଞ୍ଜନ ବେହେରାଙ୍କୁ ମ୍ୟାନ ଅଫ ଦି ସିରିଜି ଭାବେ ଘୋଷଣା କରାଯାଇଥିଲା । ଦୀପ୍ତି ରଞ୍ଜନ ଚମ୍ପତ୍ତିଳ ବିରଞ୍ଚି ପରିଡା ମ୍ୟାଚକୁ ପରିଚାଳନା କରିଥିଲେ । ସ୍କୋରର ଭାବେ ଆଶିଷ ବେହେରା କାର୍ଯ୍ୟ ତୁଲାଇ ଥିଲେ । ପୁରଷ୍କାର ବିତରଣୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ନିଶଙ୍କ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱାଧୀନ ସେବା ସଂସ୍ଥାନ ଟ୍ରଷ୍ଟର ଅଧ୍ୟକ୍ଷ ଶଶିଶେଖର ରାୟ, ସାମ୍ବାଦିକ ଧୀରେନ୍ଦ୍ର ସେନାପତି, ଦିଲ୍ଲିପ କୁମାର ଧାଉଡିଆ, ବିଜୟ ମହାପାତ୍ର, ଦିବାକର ଷଡଙ୍ଗୀ, ରାକେଶ ରୋଶନ ମହାନ୍ତି, ସନ୍ତୋଷ ପଟ୍ଟନାୟକ, ଗଗନ ଖଟୋଇ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସାମାଜିକ କର୍ମୀ ଓ ସାମ୍ବାଦିକମାନଙ୍କୁ ସ୍ୱାଧୀନ ସେବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ପୁରଷ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲା ଖୋର୍ଦ୍ଧା ପାଇକ ଆଖଡା । କବିରାଜପୁର ଅନୁଷ୍ଠାନର ଗୁରୁ କବିରାଜ ପ୍ରଧାନଙ୍କ ନେତ୍ୱତୃରେ ପାଇକ ଖେଳ ହୋଇଥିଲା । ରମ୍ପିୟାନ ଦଳକୁ ୧୦ ହଜାର ଟଙ୍କା ଟ୍ରଫି ଓ ରନସ ଦଳକୁ ୮ ହଜାର ଟଙ୍କା ଟ୍ରଫି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପ୍ରତ୍ୟୁଷ ନିଶଙ୍କ, ବିଶ୍ୱଜିତ ପାଢ଼ୀ, ଅମିତ ସାମନ୍ତରାୟ, ଜଗଦୀଶ ନାୟକ, ପ୍ରଦ୍ୟୁମ୍ନ ଜେନା ଖେଳ ପରିଚାଳନା କରିଥିଲେ । ସତ୍ୟଜିତ ବଳିୟାରସିଂ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ପ୍ରତ୍ୟୁଷ ନିଶଙ୍କ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।