oom

ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ଜ‌ନ୍ମ ଦେଇଥିବା ଦୁଇ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟଣା : କାର୍ୟ୍ୟାନୁଷ୍ଠାନ ବଦଳେ ଚୁପ୍‌ ପ୍ରଶାସନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଦୁଇ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲାପାଳ ଚଂଚଳ ରଣାଙ୍କ ନିର୍ଦ୍ଦେଶ କ୍ରମେ ସଇଁନ୍ତଲା ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ସିଡିପିଓ ସବିତା ଦାସଙ୍କ ପରାମର୍ଶରେ ସୁପର୍‌ଭାଇଜର୍‌ ପ୍ରଭାତ ନିଲିନୀ ପଣ୍ଡା ଟୁର୍ଚ୍ଚାଉପେର ଗ୍ରାମକୁ ଯାଇ ମୃତ ଶିଶୁଦ୍ୱୟଙ୍କ ବାପା ମା’ଙ୍କୁ ଭେଟି ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ । ହେଲେ ଦୀର୍ଘ ଦିନ ହେଲା ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବା ବଦଳେ ପ୍ରଶାସନ ଚୁପ ରହୁଥିବା ବେଳେ ଏବେ ବୁଦ୍ଧିଜୀବୀ ମହଲରେ ସନ୍ଦେହ ସୃଷ୍ଟି କରିଛି ।
ଅନ୍ୟପଟେ ନର୍ସମାନେ ପ୍ରସବ କରାଇବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଏନେଇ ବଲାଙ୍ଗିର ସିଡିଏମଓ ଡା.ଭୀମ ସାହୁ କହିଥିଲେ ଯେ, ଶିଶୁ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ହେବା ସହ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ । ହେଲେ ନାମକୁ ମାତ୍ର ଭାଷଣ ବାଜିରେ କହିଥିଲେ ହେଲେ ଆଜି ପର୍ୟ୍ୟନ୍ତ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ନିଆଯାଉ ନାହିଁ କାହିଁକି ବୋଲି ସାଧାରଣରେ ପ୍ରଶ୍‌ଶ୍ନ ଉଠୁଛି । କାହା ଚାପରେ ଚୁପ ପ୍ରଶାସନ, ମିଳିମିଶି ଘଟଣାକୁ ଚପେଇ ଦେବା ପାଇଁ ଷଡ଼ଯନ୍ତ୍ର ସାଜିଛନ୍ତି କି, ଆଉ କେତେ ଜଣ ଙ୍କ ଜୀବନ ଗଲେ କାର୍ୟ୍ୟାନୁଷ୍ଠାନ ନେବ ପ୍ରଶାସନ ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଯଦି ଆଗାମୀ ଦିନରେ କୈ।ଣସି ପଦକ୍ଷେପ ଗ୍ରହଣ ନ କଲେ ତୀବ୍ର ଜନ ଆନ୍ଦୋଳନ କରାଯିବ ବୋଲି ସଇଁନ୍ତଲା କଂଗ୍ରେସ ସଭାପତି ଗୁଣ ସାଗର ମାଝୀ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.