
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ସମାଜସେବୀ ଦୀପକ କୁମାର ମୁଦୁଲି ସୋମବାର ଛତ୍ରପୁର ସହରାଞ୍ଚଳର ବେରକ୍ ସାହିରେ ଅବସ୍ଥାପିତ ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନ ଲାଗି ନିଜ ହାତ ପାଣ୍ଠିରୁ କଲେ ଆବଣ୍ଟନ । ପ୍ରାରମ୍ଭରେ ସିଦ୍ଧିଶ୍ରୀ ବିନାୟକ ଭଗବାନଙ୍କ ଠାରେ ବିଧିବଦ୍ଧ ଭାବେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରି କମିଟି ପକ୍ଷରୁ ଆୟୋଜିତ ଆନୁଷ୍ଠାନିକ ସଭାରେ କଥା ରଖି ମନ୍ଦିରର ଉନ୍ନୟନ ଓ ପାରିପାର୍ଶ୍ୱିକ ନିର୍ମାଣ କାର୍ଯ୍ୟରେ ନିଜସ୍ୱ ହାତ ପାଣ୍ଠିରୁ ଆର୍ଥିକ ଅନୁଦାନ ପ୍ରଦାନ କରିବା ନିମନ୍ତେ ନିର୍ଭର ପ୍ରତିଶୃତି ଦେଇ କମିଟି ଭଦ୍ରମଣ୍ଡଳୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ମନ୍ଦିରର ବଳକା ଥିବା ଆଜୀବନ ସଦସ୍ୟ ଦେୟ ବାବଦରେ ୧ ଲକ୍ଷ ୧୮ ହଜାର ଟଙ୍କା ଜରୁରୀକାଳୀନ ଭିତ୍ତିରେ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମନ୍ଦିରର ବିଭିନ୍ନ ଉନ୍ନୟନ କାର୍ଯ୍ୟାବଳୀ ସମ୍ପର୍କରେ ଅବଗତ ହୋଇ ପରିଚାଳନା କମିଟି ସହ ଆଲୋଚନା କରିବା ସହ ଆଗାମୀ ଦିନରେ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର ସହଯୋଗ ଜାରୀ ରଖିବେ ଏବଂ ଚଳିତ ବର୍ଷ ଠାରୁ ଗଣେଶ ପୂଜା ପାର୍ବଣ ସମୟରେ ଆଡମ୍ଭରପୂର୍ଣ୍ଣ ହେବା ସାଂଗକୁ ଦୁଇହଜାର ଭକ୍ତଙ୍କ ନିମନ୍ତେ ଅନ୍ନ-ପ୍ରସାଦ ସେବନ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛନ୍ତି, ବୋଲି ସମାଜସେବୀ ଶ୍ରୀ ମୁଦୁଲି ପ୍ରତିଶୃତି ଦେଇଛନ୍ତି । ଶ୍ରଦ୍ଧାଳୁ ଭକ୍ତମାନଙ୍କ ଆସ୍ଥା, ବିଶ୍ୱାସ ଓ ଭକ୍ତିକୁ ଦୃଷ୍ଟିରେ ରଖି ମନ୍ଦିରର ବିବିଧ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସମାଜସେବୀ ଶ୍ରୀ ମୁଦୁଲି ମତପୋଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ପୌର ପରିଷଦର ୧୧ ନମ୍ବର ୱାର୍ଡ କାଉନସିଲର ସନ୍ତୋଷୀ ସେଠୀ, ୧୦ ନମ୍ବର ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ୧୨ ନମ୍ୱର ୱାର୍ଡ କାଉନସିଲର ପ୍ରତିନିଧି ବି. ଗୋପାଳ ସ୍ୱାମୀ, ଭି. ମାଙ୍ଗେଳେଶ୍ୱର ରାଓ, ମନ୍ଦିର ପରିଚାଳନା କମିଟି ସଭାପତି ବିଜୟ କୁମାର ପଣ୍ଡା, ସମ୍ପାଦକ ସନମୁଖ ପଟ୍ଟନାୟକ, କୋଷାଧ୍ୟକ୍ଷ ବିଶ୍ୱଜିତ ପଟ୍ଟନାୟକ, ଟୁଟୁ ସାହୁ, ଅବସରପ୍ରାପ୍ତ ପିଇଓ ସୁଦର୍ଶନ ବେହେରା, ପୂର୍ବତନ ପୌର-ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଆଦିକନ୍ଦ ସାହୁ, କୃଷ୍ଣଚନ୍ଦ୍ର ସାହୁ, ବିନାୟକ ପଣ୍ଡା, ଟୁଟୁ ସେନାପତି ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ମନ୍ଦିରର ଏଭଳି ଉନ୍ନୟନ କାର୍ଯ୍ୟ କରିବା ଦିଗରେ ଏଭଳି ବ୍ୟକ୍ତିତ୍ଵଙ୍କ ଧାର୍ମିକ ସେବା କାର୍ଯ୍ୟରେ ଲିପ୍ତ ହେବା ନେଇ ମନ୍ଦିର ପରିଚାଳନା କମିଟି ଏବଂ ଉପସ୍ଥିତ ଭଦ୍ରମଣ୍ଡଳୀଗଣ ସମାଜସେବୀ ଦୀପକ କୁମାର ମୁଦୁଲିଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ।