jayashree

ସକମା ସାଧନ କେନ୍ଦ୍ର ଆନୁକୂଲ୍ୟରେ ସେବା ନିବୃତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ସକମା ସାଧନ କେନ୍ଦ୍ର ଆନୁକୂଲ୍ୟରେ ସକମା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସେବା ନିବୃତ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ରାଜ୍ କୁମାର ବରାଡ ମହୋଦୟଙ୍କ ସଭାପତିତ୍ୱରେ ଗତ ତା ୦୯/୦୮/୨୦୨୬ ରିଖ ଶନିବାର ଦିନ ଅପରାହ୍ନ ୧ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସଂକୀର୍ତ୍ତନ ମହାଲିଙ୍ଗଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସଦର ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ କୁମାର ଯୋଶୀ ମହୋଦୟ, ପ୍ରମୁଖ ଅତିଥି ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସନ୍ଧ୍ୟା ରାଣୀ ଧରୁଆ, ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ପ୍ରଦୀପ କୁମାର ଖମାରୀ, ସାଧନ କେନ୍ଦ୍ର ସଂଯୋଜକ ରାଜ୍ କୁମାର ରଣା ସହ ସରକାରୀ ଚାକିରିରୁ ସେବା ନିବୃତ୍ତ ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆରତୀ ସାହୁ, ଶ୍ରୀମତୀ ବିମଳା ତ୍ରିପାଠୀ, ଡିଙ୍ଗର ବଡକା ମଞ୍ଚାସୀନ ଥିଲେ । ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ଶିକ୍ଷୟିତ୍ରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ମୁଖ୍ୟ ଅତିଥି ଚଳିତ ଶିକ୍ଷା ନୀତି ଶିକ୍ଷା କ୍ଷେତ୍ରରେ ଏକ ସାର୍ବଭୌମିକ ପରିବର୍ତ୍ତନ ଆଣିବା ସହ ନିଜ ଜୀବନର ଆପଣେଇବା ସହ ଛାତ୍ରଛାତ୍ରୀ ମାନଙ୍କ ଠାରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ସହ ବିଦାୟୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ତାଙ୍କ ବନ୍ଧୁ ଶ୍ରୀମାନ ପଟେଲ ମହୋଦୟଙ୍କୁ ସମ୍ବର୍ଦ୍ଧନା ଜଣାଇ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପ୍ରମୁଖ ଅତିଥି ପଟେଲ ସାର୍ ନିଜ ଚାକିରି ଜୀବନ ଓ ଅଧିକାରୀ ଭାବରେ ନିଜର ଅନୁଭୂତି ବର୍ଣ୍ଣନା କରି ଆଜୀବନ ନିଜକୁ ଶିକ୍ଷା ସେବାରେ ସମର୍ପିତ ଭାବନା ରଖିଥିଲେ । ସମ୍ମାନିତ ଅତିଥି ଖମାରୀ ମହୋଦୟ ଶିକ୍ଷା ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଣ ଶୈକ୍ଷିକ କାର୍ଯ୍ୟରେ ଅତିରିକ୍ତ ଚାପ ପ୍ରୟୋଗ ଯୋଗୁଁ ଶିକ୍ଷଣ କାର୍ଯ୍ୟ ଅତ୍ୟଧିକ ଚାପଗ୍ରସ୍ତ ହେଉଛି ବୋଲି କହି ସମସ୍ତ ପ୍ରକାର ସହଯୋଗ କରିବାକୁ ଅଧିକାରୀଙ୍କୁ ଦୃଢୋକ୍ତି ପ୍ରକାଶ କରିଥିଲେ । ଶ୍ରୀମତୀ ଧରୁଆ ମହାଶୟା ବିଭାଗକୁ ବିଭିନ୍ନ କାର୍ଯ୍ୟରେ ନିର୍ଦ୍ଧିଷ୍ଟ ବ୍ୟବଧାନ ସମସ୍ତ କାର୍ଯ୍ୟରେ ସହଯୋଗ କରିବାକୁ କହିଥିଲେ । ବିଦାୟୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜର ଚାକିରୀ ଜୀବନ ଅନୁଭୂତି ବର୍ଣ୍ଣନା କରି ଅନୁପ୍ରାଣିତ ହେବାପାଇଁ କହିଥିଲେ । ସାଧନ କେନ୍ଦ୍ର ତରଫରୁ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ ମହୋଦୟ ଅତିଥି ମାନେ କେନ୍ଦ୍ରର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଦାୟକାଳୀନ ସଭାକୁ ଆସି ଧନ୍ୟ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ସଭାର ସଭାପତି ବରାଡ ଅତିଥି ମାନଙ୍କ ଉପସ୍ଥିତି, ଆଧ୍ୟାତ୍ମିକ ଶିକ୍ଷା ମାର୍ଗଦର୍ଶନ, ସଂସ୍କାର ମୂଳକ ସନ୍ଦେଶ ଓ ବିଦ୍ୟାଳୟ କ୍ଷେତ୍ରରେ ପ୍ରୟୋଗର ମାର୍ମିକ ତତ୍ତ୍ଵକୁ ଉପଲବ୍ଧି କରି ସମସ୍ତ ସମ୍ମାନୀୟ ଅତିଥିଙ୍କୁ ଅଭିନନ୍ଦନ ସହ ସାଧୁବାଦ୍ ଜଣାଇ କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ସହ ସେବା ନିବୃତ୍ତ ଅଧିକାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରି ଭବିଷ୍ୟତ ଜୀବନ ଉଜ୍ଜ୍ୱଳ ମୟ, ଆନଂଦମୟ, ମଙ୍ଗଳମୟ ଆରୋଗ୍ୟମୟ ମଧୁମୟ ୟଜ୍ଞମୟ ହେଉ ବୋଲି ଈଶ୍ୱରଙ୍କ ନିକଟରେ କାମନା କରିଥିଲେ । ଏହାପରେ ମୁଖ୍ୟଅତିଥି ଶ୍ରୀ ଯୋଶୀ ମହୋଦୟ ବିଦାୟୀ ଅଧିକାରୀ ପଟେଲ ସାର୍‌ଙ୍କୁ ସମ୍ମାନିତ ଅତିଥି ଶ୍ରୀମତୀ ଧରୁଆ ଆରତୀ ସାହୁଙ୍କୁ, ଶ୍ରୀ ରଣା ବିମଳା ଦିଦିଙ୍କୁ, ଶ୍ରୀ ଖମାରୀ ଡିଙ୍ଗର ସାର୍‌ଙ୍କୁ ସାଲ୍, ଗୀତା, ଛତା, କଲମ ତଥ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ସି ଆର୍‌ସିସି ଶ୍ରୀ ରଣା ସମସ୍ତ ବରେଣ୍ୟ ଅତିଥି, ବିଦାୟୀ ତଥା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ଅନ୍ୟାନ୍ୟ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ଶୁଭକାମନା ସହ ଆନ୍ତରିକ ଧନ୍ୟବାଦ ଦେଇଥିଲେ ଓ ସଭାପତିଙ୍କ ଦ୍ଵାରା ସଭାର ସମାପ୍ତି ଘୋଷଣା ପରେ ପ୍ରସାଦ ସେବନ ଉପରାନ୍ତେ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave A Reply

Your email address will not be published.