
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡସ୍ତରରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ସଭା ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସଦ୍ୱନ୍ଧୀୟ ବିଭିନ୍ନ ବିଷୟ ଯଥା ଆପତ୍ତି ଅଭିଯୋଗ ବିଷୟ ଆଲୋଚନା କରାଯାଇଥିଲା । ଏହି ସଭାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠି ଅନୁଯାୟୀ ଫର୍ମ ନମ୍ୱର ୯, ୧୦, ୧୧, ୧୧ ଏ ଓ ୧୧ ବି ପ୍ରତିନିଧିମାନଙ୍କୁ ଯୋଗାଇ ଦିଆଯାଇଥିଲା । ଏହା ବ୍ୟତୀତ ଯୁବ ଭୋଟର ମାନେ କିପରି ଅଧିକରୁ ଅଧିକ ଆବେଦନ କରିବେ ତାହା ରାଜନୈତିକ ଦଳ ମାନଙ୍କର ସହଯୋଗ ନିମନ୍ତେ ଅନୁରୋଧ କରାଯାଇଥିଲା । ଏହି ସଭାରେ ବ୍ରହ୍ମପୁର ଉପଖଣ୍ଡର ବିଭିନ୍ନ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ଉପସ୍ଥିତ ରହି ରାଜନୈତିକ ଦଳ ଗୁଡିକର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି ସଭାରେ ସାନଖେମୁଣ୍ଡି ନିର୍ବାଚନ ଅଧିକାରୀ ସୁନୀଲ କେରକେଟା, ଗୋପାଳପୁର ନିର୍ବାଚନ ଅଧିକାରୀ ଅବିନାଶ କୁମାର, ଦିଗପହଣ୍ଡି ନିର୍ବାଚନ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା, ଚିକିଟି ନିର୍ବାଚନ ଅଧିକାରୀ ଶ୍ରୀମତୀ ରୀନା ନାୟକ ଏବଂ ବ୍ରହ୍ମପୁରର ଅତିରିକ୍ତ ନିର୍ବାଚନ ଅଧିକାରୀ ଉପସ୍ଥିତ ଥିଲେ । ଏହି ସଭାରେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର, ନିର୍ବାଚନ ବିଭାଗ, ସୁବ୍ରତ ରାମ ବିରାମ ଶତପଥୀ ଓ ତାଙ୍କର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।