jayashree

ବଲାଙ୍ଗିରରେ ଖେଳ କରୁଥିଲେ ଚୋର : ମାଡିବସିଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଖେଳ କରୁଥିଲେ ଏହି ଚୋର ମାନେ । ଏବେ ପୋଲିସ ହାତରେ ଧରା ପଡ଼ି ଜେଲ୍‌କୁ ଯାଇଛନ୍ତି । ଗତକାଲି ବଲାଙ୍ଗିର ଶାନ୍ତିପଡ଼ା ନିକଟସ୍ଥ ନେହେରୁନଗର ଖର୍‌ସେଲ୍‌ପଡ଼ାରେ ଲକ୍ଷ୍ମୀଜୋର୍‌ ପୋଲିସ ସଦଳବଳେ ଆସି ଚଢାଉ କରିଥିଲା । ଆଉ ଚଢାଉ ସମୟରେ ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ୍‌ କରିଥିବା ବେଳେ ଅନ୍ୟ କିଛି ଫେରାର୍‌ ହୋଇଯାଇଥିବା କୁହାଯାଉଥିଲା । ପୋଲିସ ସଂପୃକ୍ତ ଦୁର୍ବୃତ୍ତମାନଙ୍କୁ ଗିରଫ କରିଥିବା ବର୍ତ୍ତମାନର ଏକ ବଡ଼ ସୂଚନା । ଏମାନେ ସମସ୍ତେ ବଲାଙ୍ଗିର ସହରର ତଥା ଆଖପାଖ ଅଂଚଳର ହୋଇଥିବା ସୂଚନା ରହିଛି । ଦୁର୍ବୃତ୍ତ ମାନେ ନେହେରୁନଗର ଖର୍‌ସେଲ୍‌ପଡ଼ାରେ ଗୋଟିଏ ତିନି ମହଲା ବିଶିଷ୍ଠ ଏକ ଘରକୁ ପ୍ରଥମେ ରେକି କରିଥିଲେ ଓ ଚୋରି କରିଥିଲେ ତା ପରେ କବ୍‌ଜା କରିକି ନିଜେ ରହୁଥିଲେ । ପୋଲିସ ଉକ୍ତ ଘଟଣାରେ ତଦନ୍ତ କରି ଦୁର୍ବୃତ୍ତମାନଙ୍କୁ ଗିରଫ କରିଥିବା ଏକ ବଡ଼ ସୂଚନା ରହିଛି ।

Leave A Reply

Your email address will not be published.