
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ହାଇସ୍କୁଲ ପରିସରରେ ଦ୍ୱିତୀୟ ପିଟିଏ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବାଗଦେବୀ ମା’ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକଙ୍କ ସଭାପତିତ୍ୱରେ ପରିଚାଳନା କମିଟିର ସଭାପତି ପରମେଶ୍ୱର ମହାନନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଯୁବରାଜ ହଂସ, ଉପାଧ୍ୟକ୍ଷ ପ୍ରତିମା ଶବର, କପିଲାଭଟା ସମିତି ସଭ୍ୟ କେଦାର ଭୋଇ, ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ହୁଲେଶ୍ୱର ହଂସ, ନାଏବ ସରପଞ୍ଚ ଝସକେତନ ସାହୁ, ସରପଞ୍ଚଙ୍କ ପ୍ରତିନିଧି ତେଜରାଜ ଭୋଇ, ବିଦ୍ୟାଳୟ କମିଟିର ସଭ୍ୟ କୁଶଧ୍ୱଜ ବେହେରା, ସହକାରୀ ଶିକ୍ଷକ ଶିବରାମ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ହୋଇ ବିଦ୍ୟାଳୟ ବାହାରେ ଥିବା ଓ ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରି ନାମଲେଖା ହାରକୁ ବୃଦ୍ଧି କରିବା, ନିଶାମୁକ୍ତ ଭାରତ ଅଭିଯାନ, ବିକଶିତ ଭାରତର ପରିଚୟ, ପ୍ରାରମ୍ଭିକ ସ୍ତର ପାଇଁ ଆକଳନ ରୂପରେଖ (ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ), ମା’ଙ୍କ ପାଇଁ ଗଛଟିଏ ୩.୦, କୈଶୋର ଛାତ୍ରୀମାନଙ୍କ ପାଇଁ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ ଓ ବିଦ୍ୟାଳୟରେ ପରିଷ୍କାର ଓ ପରିଚ୍ଛନ୍ନତା, ସ୍ୱଚ୍ଛତା ପକ୍ଷ ପାଳନ – ୨୦୨୬, ଘରେ ଘରେ ତ୍ରିରଙ୍ଗା -୨୦୨୬ କାର୍ଯ୍ୟକ୍ରମ, ସୁରଭି -୨୦୨୬, ଡିଜିଟାଲ ଦୁନିଆରେ ଆମ ପିଲାଙ୍କ ସୁରକ୍ଷା : ଅଭିଭାବକଙ୍କର ଭୂମିକା, ବୃଦ୍ଧି ମାର୍ଗଦର୍ଶନ ଓ ଭବିଷ୍ୟତ ଯୋଜନାରେ ପିତାମାତାଙ୍କ ଭୂମିକା, ସମଗ୍ର ଶିକ୍ଷା ଯୋଜନାରେ ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଓ ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ଅଭିଭାବକ ଓ ଶିକ୍ଷକମାନଙ୍କର ଦାୟିତ୍ଵ, ଅଭିଭାବକ ମାନଙ୍କଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନମୂଳକ ପ୍ରସ୍ତାବ ଗ୍ରହଣ କରାଯିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସହକାରୀ ଶିକ୍ଷକ ବରୁଣ କୁମାର ବାରିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ କିରଣ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।