lika

ମୋ ସ୍କୁଲ ଅଭିଯାନ ସଭା ଅନୁଷ୍ଠିତ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଳକ ଅନ୍ତର୍ଗତ ବାଦିକଟା ଗ୍ରାମପଞ୍ଚାୟତର ଘେଷରା ଗ୍ରାମ ଠାରେ ମୋ ସ୍କୁଲ ଅଭିଯାନ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପାଇକମାଳ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ବାରିକ, ଲଖମରା ସିଆସିସି, ସୁନାଧର ଡନସନା, ଟେମରୀ ସିଆରସିସି ନାରାୟଣ ମେହେର ଓ ବାଦିକଟା ସିଆରସିସି ଧରଣୀଧର ଶବର ଯୋଗଦାନ କରି କିପରି ମୋ ସ୍କୁଲ ଅଭିଯାନ ସଫଳ ହେବ ସେ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଘେଷରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚିତ୍ତାନନ୍ଦ ସାହୁ, ବିନୋଦ ପ୍ରଧାନ ଏବଂ ଗାଁର ଭଦ୍ରବ୍ୟକ୍ତି ମୋ ସ୍କୁଲ ଅଭିଯାନକୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରି ବିଦ୍ୟାଳୟକୁ ସରଶ ସୁନ୍ଦର ପରି ଗଢି ତୋଲିବା ପାଇଁ ପ୍ରତିଶୃତି ଦେଇଥିଲେ ।

babaa
Leave A Reply

Your email address will not be published.