
ଜୟପାଟଣା, (ଶେଷଦେବ ବେହେରା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଜୟପାଟଣା ପରିସରରେ ଅଗଷ୍ଟ ୩ ତାରିଖ ଦିନ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଶିଷ୍ଟ କବି ଲଳିତ କୁମାର ନାଏକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବିଜ୍ଞାନ ମେଳାର ଅବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବିଶ୍ଵ ଜୀବନ ପାଢୀ ବିଜ୍ଞାନ ମେଳାର ଉଦ୍ଦେଶ୍ୟ କଥନ କରିଥିଲେ । ସହ ପ୍ରଧାନ ଆଚାର୍ଯ୍ୟ ସୁଧାକର ପଣ୍ଡା ଅତିଥି ପରିଚୟ କରିଥିବା ବେଳେ ସଂପାଦକ ସିଦ୍ଧାର୍ଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡକର୍ଲାକୋଟ ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଅଭିଜିତ ଗିରି ଯୋଗଦେଇ ପାଠ ସହ ବିଜ୍ଞାନମେଳା ଶିଶୁ ଭାଇ ଭଉଣୀଙ୍କ ନିମନ୍ତେ ଏକାନ୍ତ ପ୍ରୟୋଜନ ବୋଲି ଉପସ୍ଥାପନା କରିଥିଲେ । ଶିଶୁବାଟିକା ବିଭାଗ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୬୨ ଜଣ ପ୍ରତିଭାଗୀ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ୧୨ ଜଣ ବିଚାରକ ଅନିମାପଣ୍ଡା, ଗୌରାଙ୍ଗ ରାଉତ, ଅମୂଲ୍ୟ ସାହୁ, ରଶ୍ଚିତା ତ୍ରିପାଠୀ, ନିହାର ରଂଜନ ସାହୁ, ବିଶ୍ଵଜିତ ଦାସ, ଅଭିଜିତ ଗିରି, ଭାସ୍କର ଦଳପତି, ନରସିଂହ ନାଏକ, ଅମର ଜ୍ୟୋତି ଆଚାର୍ଯ୍ୟ, ସନ୍ଧ୍ୟାରାଣୀ ମହାରଣା ଓ ଭୂପେନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇ ପ୍ରକଳ୍ପ ମୂଲ୍ୟାଙ୍କନ କରିଥିଲେ । ଦକ୍ଷିଣ ସମ୍ଭାଗ ବିଜ୍ଞାନ ପ୍ରମୁଖ ଗୋପାଳବୃଷ୍ଣ ପଣ୍ଡା ବିଜ୍ଞାନ ମେଳାର ବିବରଣୀ ପଠନ କରିଥିଲେ । କୣତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି, ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ପୁରସ୍କୃତ କରିଥିଲେ । ଶିଶୁ, ବାଲ୍ ଓ କିଶୋର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୨ ଜଣ ଶିଶୁ ଭାଇ ଭଉଣୀ ମୁଖଗୁଡ଼ା ଶିଶୁ ବିଦ୍ୟାମନ୍ଦିର ଠାରେ ଅଗଷ୍ଟ ୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସଂକୁଳ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବେ । ଉଦଯାପନୀ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ ସନ୍ତୋଷ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।