jayashree

ଦେବ ଦେବ ମହାଦେବଙ୍କ ଚଳିତ ବର୍ଷର ପ୍ରଥମ ଜଳାଭିଷେକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କ ଚଳିତ ବର୍ଷର ପ୍ରଥମ ଜଳାଭିଷେକ । ମାନସିକ ଅନୁସାରେ ଭକ୍ତ ଓ ଶ୍ରଦ୍ଧାଳୁ ତଥା ବୋଲ୍‌ବମ୍‌ କାଉଡ଼ିଆମାନେ ମହାଦେବଙ୍କୁ ଜଳାଭିଷେକ କରାଇଛନ୍ତି । ଏହି କ୍ରମରେ ବଲାଙ୍ଗିର ସହର ନିକଟସ୍ଥ କଅଗାଁ ମନ୍ଦିରରେ ଭକ୍ତ ଓ କାଉଡ଼ିଆମାନଙ୍କ ବିଶେଷ ଭିଡ଼ ଦେଖିବାକୁ ମିଳିଛି । ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଭକ୍ତ ଓ ବୋଲ୍‌ବମ୍‌ କାଉଡ଼ିଆମାନେ ଦେବ ଦେବ ମହାଦେବଙ୍କ ଜଳାଭିଷେକ କରି ଶିବଶମ୍ଭୁଙ୍କ ଆଶୀର୍ବାଦ ଗ୍ରହଣ କରିଥାନ୍ତି ।

Leave A Reply

Your email address will not be published.