jayashree

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିନିକାରେ ବିଜ୍ଞାନ ମେଳା

ବିନିକା, (କେପିଏନ୍‌ଏସ୍‌) : ଶିକ୍ଷାବର୍ଷ ୨୦୨୬-୨୭ର ଜ୍ଞାନ ବିଜ୍ଞାନ ମେଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିନିକାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପରିଚାଳନା ସମିତି ସଭାପତି ହିମାଂଶୁ ଶେଖର ତ୍ରିପାଠୀ, ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ବଡ଼ପଣ୍ଡା, ବିଜ୍ଞାନ ଗୁରୁମା ଶ୍ରୀମତୀ ପୂଜାରାଣୀ ମହାକୁର ତଥା ଗୁରୁମା ଶ୍ରୀମତୀ ଗାୟତ୍ରୀ ପାଢ଼ୀ ଉପସ୍ଥିତ ଥିଲେ । ମହେନ୍ଦ୍ର ଗୁରୁଜୀ ଅତିଥି ପରିଚୟ କରିଥିବା ବେଳେ ଗାୟତ୍ରୀ ଗୁରୁମା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଚାରକ ଭାବରେ ବିଜ୍ଞାନ ଶିକ୍ଷକ ଦେବଦତ୍ତ ପଣ୍ଡା, ଗୁପ୍ତେଶ୍ୱର ଥନାପତି ଓ ସଦାନନ୍ଦ ବଢେ଼ଇ ଯୋଗ ଦେଇଥିଲେ । ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରକଳ୍ପ, ଗଣିତ ପ୍ରଶ୍ନମଞ୍ଚ, ଗଣିତ ପ୍ରୟୋଗ, କଥାକଥନ, ନିବନ୍ଧ ଆଦି ବିଭିନ୍ନ ବିଭାଗରେ ମୋଟ ୬୪ ଜଣ ଛାତ୍ରଛାତ୍ରୀ ଓ ପ୍ରାକ୍ ଶିଶୁ ବର୍ଗରେ ୩୬ ଜଣ ଭାଇଭଉଣୀ ସକ୍ରିୟତାର ସହିତ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ଆନ୍ତରିକତାର ସହିତ ସହଯୋଗ କରିଥିଲେ । ପରିଶେଷରେ ସତ୍ୟଭାମା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.