jayashree

ହିନ୍ଦୀ ରଚନା ଲିଖନ ଓ ଆଶୁ ବାକ୍ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଆଗାମୀ ହିନ୍ଦୀ ଦିବସ ସମାରୋହ ଉପଲକ୍ଷେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ ଠାରେ ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ଆନୁକୁଲ୍ୟରେ କନିଷ୍ଠ ବର୍ଗର ବିଦ୍ୟାର୍ଥୀମାନଙ୍କ ପାଇଁ ହିନ୍ଦୀ ରଚନା ଲିଖନ ଓ ବରିଷ୍ଠ ବର୍ଗର ବିଦ୍ୟାର୍ଥୀମାନଙ୍କ ପାଇଁ ହିନ୍ଦୀ ଆଶୁ ବାକ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲା ତଥା ଏହାର ଆଖପାଖ ଅଞ୍ଚଳର ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କର ମୋଟ ୩୫ ଜଣ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଦୀପିକା ଇସ୍ପାତ ଶିକ୍ଷା ସଦନ ସେକ୍ଟର ୧୮ର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କା, ବିଚାରକ ଥିଲେ ସଂସ୍ଥାନର ସଦସ୍ୟା ସୁଶ୍ରୀ ସୁସ୍ମିତା ପାଲ୍, ମିନ୍ନି ରାୟ ଓ ରେଖା ବୋଷ । ସଂସ୍ଥାନର ପ୍ରବନ୍ଧନ ନ୍ୟାସୀ ତଥା ସମ୍ପାଦକ ଡଃ. ଜଗନ୍ନାଥ ଦାଶ
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.