ମାର୍ଚ୍ଚରୁ ୫୦ ବର୍ଷରୁ ଅଧିକ ଲୋକ କରୋନା ଟୀକା ପାଇବେ : ସ୍ୱାସ୍ଥ୍ୟମନ୍ତ୍ରୀ ସଂକେତ ଦେଲେ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା କରୋନା ଟୀକାକରଣ ଅଭିଯାନ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ରବିବାର ଦିନ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଦିଲ୍ଲୀର ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ, ମାର୍ଚ୍ଚରେ ୫୦ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟୀକାକରଣ କରିବାର ସ୍ଥିତିରେ ରହିବୁ । ଗତ ୭ ଦିନ ମଧ୍ୟରେ ଦେଶର ୧୮୮ଟି ଜିଲ୍ଲାରେ କରୋନା ରୋଗର କୌଣସି ନୂଆ ମାମଲା ଆସିନାହିଁ ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆହୁରି କହିଛନ୍ତି ଯେ, ଆଜି ଦେଶରେ ୨ ଟି ଟୀକା ଉପଲବ୍ଧ ହୋଇଛି । ୮୦-୮୫ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ଟୀକା ଦିଆଯାଇଛି । ଆମେ ୨୦-୨୫ ଦେଶକୁ ଟୀକା ଦେବା ସ୍ଥିତିରେ ଅଛୁ । ମାର୍ଚ୍ଚ ମାସରେ, ଆମେ ୫୦ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବୁ । ଏହା ଜରୁରୀ ଯେ ଲୋକମାନେ ପ୍ରକୃତ ଟୀକା ସହିତ କରୋନା ସମ୍ବନ୍ଧୀୟ ଉପଯୁକ୍ତ ନିୟମ ପାଳନ କରନ୍ତୁ, ଯାହାକୁ ମୁଁ ସାମାଜିକ ଟୀକା ବୋଲି କହିଥାଏ ।

Leave A Reply

Your email address will not be published.