
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପୋଡମପେଟ୍ଟା ବନ୍ଦର ସମୁଦ୍ର ଜଳରେ ଜଣେ ଶିଶୁ ସ୍କୁଲରୁ ଫେରି ତାଙ୍କ ଅଜାଙ୍କ ସହ ସମୂଦ୍ରକୂଳକୁ ସାଙ୍ଗରେ ଯାଇ ସମୁଦ୍ରରେ ବୁଡ଼ି ଯାଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ସମୁଦ୍ରକୂଳିଆ ପୋଡମପେଟ୍ଟା ଅଞ୍ଚଳର ନୋଳିଆ ସମ୍ପ୍ରଦାୟର ମତ୍ସ୍ୟଜୀବୀ ପରିବାରର ଲୋକେ ମୁଖ୍ୟତଃ ସମୁଦ୍ର ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ସେମାନଙ୍କର ପିଲା କୁଟୁମ୍ବ ସହ ସମୁଦ୍ରକୂଳିଆ ଅଞ୍ଚଳରେ ବସବାସ କରୁଥିବା ଏକ ସ୍ୱାଭାବିକ କଥା । କେତେବେଳେ କାହାର ସମୁଦ୍ର ଗର୍ଭରେ ଭାସି ବୁଡ଼ି ମରି ଯାଇଥିବା କଥା ଏକ ସାଧାରଣ କଥା ଅଟେ । ଏଭଳି ଅନେକ ଶହ ଶହ ହଜାର ହଜାର ସଂଖ୍ୟାରେ ମୃତ୍ୟ ବରଣ କରୁଛନ୍ତି । ଏହି ଅନୁରୂପ ସଦୃଶ ଶନିବାର ଦିନରେ ଏଭଳି ଏକ ଦୁର୍ଭାଗ୍ୟ ଜନକ ଘଟଣା ଘଟିଯାଇଛି । ସମୁଦ୍ରକୂଳିଆ ପୋଡମପେଟ୍ଟା ଗ୍ରାମର ଏନ୍. ଗୁରେୟାଙ୍କ ୭ବର୍ଷର ଶିଶୁ ପୁତ୍ର ଏନ୍. ଶିବାଙ୍କ ସମୁଦ୍ରଜଳରେ ବୁଡ଼ି ମୃତ୍ୟୁ ଘଟିଛି । ଉକ୍ତ ଶିଶୁ ପୁତ୍ରର ମୃତ ଦେହକୁ ନେଇ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଘଟଣା ସ୍ଥଳରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ତାଙ୍କ ସହ କର୍ମୀଙ୍କ ସହ ହସ୍ପିଟାଲ୍ ପରିଦର୍ଶନରେ ଯାଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଉକ୍ତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସମୁଦ୍ର କୂଳିଆ ଅଞ୍ଚଳର ପୋଡମପେଟ୍ଟା ଗ୍ରାମରେ ସୁରକ୍ଷିତ ଆଡ଼ିବନ୍ଧ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର କରାଯିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।