jayashree

ହିଆଲ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ମାସିକ ବୈଠକ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହିଆଲ ଠାରେ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ତୁରେକେଲା ବ୍ଲକ ସଂଯୋଜକ ତଥା ଇଆଇଇଟି ବଲାଙ୍ଗିରର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ । ମା’ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା ପରେ ଚଳିତ ମାସର ମୋଡୁଲ ଅନୁସାରେ ସିଆର୍‌ସିସି ଶ୍ରୀ ଦାଶ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା ମାଧ୍ୟମରେ ଗେଲେରୀ ପରିଭ୍ରମଣ, ମୌଖିକ ଭାଷାର ବିକାଶ, ଚିତ୍ର ପଠନ, ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟାଜ୍ଞାନ ଉପରେ ଦଲଗତ କାର୍ଯ୍ୟ, ଯୋଡ଼ି କାର୍ଯ୍ୟ, ଶିକ୍ଷଣ ସୋପାନ, ଯାଦୁପେଡିର ଉପଯୋଗ, ବିଦ୍ୟାଳୟ ପରିଦର୍ଶନ ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଦଳଗତ ଶିକ୍ଷଣ କାର୍ଯ୍ୟ କରିଥିଲେ । ଶ୍ରୀ ମଲ୍ଲିକ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏଫ୍‌ଏଲ୍‌ଏନ୍‌ ଉପରେ ପ୍ରଶ୍ନୋତ୍ତର ଓ ଆଲୋଚନା ମାଧ୍ୟମରେ ବର୍ତ୍ତମାନର ଶୈକ୍ଷିକ ପରିସ୍ଥିତିକୁ ପରଖି ଥିଲେ । ଏହି ମାସିକ ବୈଠକରେ ହିଆଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଭରାସଗ୍ରିଆ, ଚଟୁଅନକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର କୁଅଁର, ବୁରୋମାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ମେହେର, ମୀନାକ୍ଷୀ ପାଣ୍ଡେ, ବୈଜୟନ୍ତୀ ପାଢ଼ୀ, ନଳିନୀ ସାହୁ, ମମତା ପଣ୍ଡା, ଯଶୋବନ୍ତୀ ମାଝୀ, ସୁଜାତା ସେଠୀ, ଜ୍ୟୋତ୍ସ୍ନା ବରିହା, ରେଣୁକା ମଞ୍ଜରୀ ମହାନନ୍ଦ, ମଧୁମତୀ ଦୀପ, ସୁମିତ୍ରା ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା, ଅମରକାନ୍ତ ବେହେରା, ମୃତ୍ୟୁଞ୍ଜୟ ପ୍ରଧାନ, ସତ୍ୟ ନାରାୟଣ ଧରୁଆ, ସୁନୀଲ ସେଠ, ଅନୀଲ ମେହେର, ସୌରଭ ବେହେରା, ଅବିନାଶ ମହାଲିଙ୍ଗ, ସୁଶାନ୍ତ ମାଝୀ, ଅପୁ କୁମାର ଭୋଇ, ଖଗେଶ୍ୱର ଦଣ୍ଡସେନା, ଭୁରଷି ରଣା, ମାୟାଧର ଭରାସଗ୍ରିଆ, ଶମ୍ଭୁପ୍ରାସାଦ ବିଶି, ପ୍ରଶାନ୍ତ ବିଶ୍ୱାଳ ଉପସ୍ଥିତ ଥିଲେ ।

Leave A Reply

Your email address will not be published.