
ବରଗଡ଼, (କେପିଏନ୍ଏସ୍) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଗୁଦେରପାଲି ଗ୍ରାମରେ ଚାଷୀ ମାନଙ୍କୁ ନେଇ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାଶକ୍ତି ଫାଉଣ୍ଡେସନର ପ୍ରୋଜେକ୍ଟ ମ୍ୟାନେଜର ପ୍ରୀୟମ୍ ଲୁହା ଏବଂ ଗୁଦେରପାଲି ସରପଞ୍ଚ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏଥିରେ ମୋଟ ୫୫ ଜଣ ଚାଷୀ ଉତ୍ସାହର ସହିତ ସାମିଲ ହେବା ସହିତ ମୋଟ ୧୨୦ଟି ଗଛ ରୋପଣ କରାଯାଇଥିଲା । ପରିବେଶ ସୁରକ୍ଷା ଓ ସବୁଜୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉପସ୍ଥିତ ଚାଷୀମାନଙ୍କୁ ୩ ଶହଟି ଚାରା ମାଗଣାରେ ବଣ୍ଟନ କରାଯାଇଥିଲା । ପ୍ରକୃତି ସାଥୀ କୃଷକ ଉତ୍ପାଦକ କମ୍ପାନୀ ଲି: ର ନିର୍ଦ୍ଦେଶକ ଯତୀନ ଡନସନା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ବରିହାଙ୍କ ସମେତ ପ୍ରକାଶ ପାତ୍ର, ମିଳୁ ନାଏକ, ମିଳନ ନାଏକ, ସୁମିଲ ବେହେରା ତଥା ସ୍ଥାନୀୟ ଅଞ୍ଚଳର ଚାଷୀ ଉପସ୍ଥିତ ଥିଲେ । ଏଭଳି ମହନୀୟ କାର୍ଯ୍ୟକ୍ରମକୁ ସରପଂଚ ପ୍ରଶଂସା କରିବା ସହିତ କାର୍ଯ୍ୟନିର୍ବାହୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ ଏବଂ ନାବାର୍ଡକୁ ଧନ୍ୟବାଦ୍ ଜଣାଇଛନ୍ତି ।