
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଷାଢ ପୂର୍ଣ୍ଣମା ଦିନ ଶ୍ରୀନୃସିଂହ ମନ୍ଦିର ପରିସରରେ ଗୁରୁ ଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ପକ୍ଷରୁ ମହାଆଡମ୍ବରରେ ଗୁରୁ ପୂଜନୋତ୍ସବ ପାଳିତ ହୋଇଯାଇଥିଲା । ପ୍ରଥମେ ପ୍ରାରମ୍ଭିକ ପର୍ଯ୍ୟାୟରେ ନୀତିଚର୍ଚ୍ଚା କରାଯାଇ ପୂଜ୍ୟ ଗୁରୁମହାରାଜ ବ୍ରଜ ମୋହନ ଶରଣ ଦାସଙ୍କୁ ଉପସ୍ଥିତ ପ୍ରାୟ ସାତ ଶହରୁ ଉର୍ଦ୍ଧ୍ୱ ଶିଷ୍ୟ ଓ ଶିଷ୍ୟା ପୂଜାର୍ଚ୍ଚନା ଓ ଦର୍ଶନ କରିଥିଲେ । ସଂଘର ସମ୍ପାଦକ ହଜାରୀ ମିଶ୍ର ବିବରଣୀ ସହିତ ଆୟ ବ୍ୟୟ ପଠନ କରିଥିଲେ । ଏହା ପରେ ପ୍ରାୟ ଘଣ୍ଟାଏ କାଳ ଭକ୍ତଗନ ଗୁରୁମହାରାଜାଙ୍କ ଶ୍ରୀମୁଖରୁ ନିଃଶୃତ ଆଶୀର୍ବଚନ ଶ୍ରବଣ କରିଥିଲେ । ପରେ ସମସ୍ତଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ଏହି ଉତ୍ସବରେ ସଂଘର ବରିଷ୍ଠ ଉପଦେଷ୍ଟା ସନ୍ୟାସୀ ଦାଶ, ବୃନ୍ଦାବନ ପଣ୍ଡା, ଚନ୍ଦ୍ର କୁମାର ପୁରୋହିତ, ଜଗମୋହନ ତ୍ରିପାଠୀ ସମେତ ସଂଘର ସଭାପତି କ୍ଷମାନିଧି ବାଗ, ସହ ସଂପାଦକ କିଶୋର କୁମାର ପୁରୋହିତ, କୋଷାଧ୍ୟକ୍ଷ ଭକ୍ତବନ୍ଧୁ ଦାଶ, କାର୍ଯ୍ୟକାରୀ ସଦସ୍ୟ ଭୁସାଗର ଡାଙ୍ଗ, ପ୍ରଭାତ ଦାଶ, ରଘୁନାଥ ରାଉତ, ବିରଂଚି ତ୍ରିପାଠୀ, ଦିଲୀପ ନାୟକ ସଂକୀର୍ତ୍ତନ ତ୍ରିପାଠୀ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ।