
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ବ୍ଲକର ତୁଷୁରାବାହାଲ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗିର ବ୍ଲକର ୯ ଗୋଟି ପଂଚାୟତର ୱାର୍ଡ ମେମ୍ବର ମାନଙ୍କର ଏକ ପଞ୍ଚାୟତ ବିକାଶ ପାଣ୍ଠି ଉପରେ ତାଲିମ ଅଭିଜିତ୍ ପଣ୍ଡା, କାର୍ଯ୍ୟକ୍ରମ ପରିଚାଳକ, ଜିଲ୍ଲା ପରିଷଦ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ୍ ସଂଯୋଜିକା ସସ୍ମିତା ସାହୁ ତାଲିମ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ଉପରେ ଜଣାଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ୍ ସରକାରଙ୍କର ଶିଶୁ ଅନୁକୂଳ ପଞ୍ଚାୟତ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ପ୍ରତି ୱାର୍ଡକୁ ଏକ ୟୁନିଟ ଭାବେ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କଲେ ଥିମ ୩ର ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଜଣାଇଥିଲେ । ଏତଦ୍ ବ୍ୟତୀତ ହରିବନ୍ଧୁ ରାଉତ କିଶୋର ନ୍ୟାୟ ଆଇନ୍ ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ତୁଷୁରାବାହାଲ ସରପଞ୍ଚ ଦନାରଦନ ମହାପାତ୍ର, ଯୋଗାଣ ସହାୟକ ସୁସ୍ମିତା ପଧାନ, ପଂଚାୟତ ନିର୍ବାହୀ ଅଧିକାରୀ ବଲ୍ଲବି ବରିହା ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିର ତାଲିମରେ ଉପସ୍ଥିତ ଥିଲେ । ପରିଶେଷରେ ସରପଞ୍ଚ ଦନାରଦନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।