jayashree

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଲୋଇସିଂହାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକ୍‌ ଶିଶୁ ବର୍ଗର ୨୫୭ଟି ପ୍ରକଳ୍ପ, ଶିଶୁ ବର୍ଗର ୨୮ଟି ଓ ବାଳବର୍ଗର ୧୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ପ୍ରତାପ ବହିଦାର, କୁଟେନପାଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗିରିଧାରୀ ବିଶ୍ୱାଳ, ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷିକା ପ୍ରିତୀ ମିଞ୍ଜ୍ ଯୋଗ ଦେଇଥିଲେ । ଏଥିସହିତ ବିଭିନ୍ନ ବିଭାଗର ପ୍ରଶ୍ନମଞ୍ଚ, ମୂର୍ତ୍ତି କଳା ଆଦି ପ୍ରଦର୍ଶିତ ହୋଇଥିଲା ।

Leave A Reply

Your email address will not be published.