jayashree

ଅନ୍ୱେଷାର ୧୨୭ ତମ ସାମୂହିକ ଜନ୍ମଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୨୭ ତମ ସାମୂହିକ ଜନ୍ମଦିନ ସ୍ଥାନୀୟ ଶ୍ରଦ୍ଧା ଅନୁଷ୍ଠାନରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ, ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ଉପଦେଷ୍ଟା ରବିନ୍ଦ୍ର କୁମାର ପାଣ୍ଡବ ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଚଳିତ ଜୁଲାଇ ମାସରେ ଜନ୍ମଗ୍ରହଣ କରିଥିବା ସାମ୍ବାଦିକ ଶ୍ରୀ ରାଉତ, ସମାଜସେବୀ ତରୁଲତା ସାମଲ, ରୋନକ ଶତପଥୀ, ମୁକେଶ କୁମାର, ଉଷାରାଣୀ ଶତପଥୀ, ଅର୍ଚ୍ଚନା ଦେବତା ଓ ଶ୍ରଦ୍ଧା ଅନୁଷ୍ଠାନର ଜନ୍ମଗ୍ରହଣ କରିଥିବା ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ କେକ୍ କଟାଯାଇ ଜନ୍ମଦିନ ପାଳନ କରାଯାଇ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଥିଲା । ସେହିପରି ସମସ୍ତ ଅତିଥି ଓ ଅନ୍ତେବାସୀଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇତିଶ୍ରୀ ଦାସ, ଦୀପ୍ତି ଶର୍ମା, ଶ୍ୱେତାଙ୍ଗିନୀ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ତରୁଲତା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.