jayashree

ନବଜାତ ଶିଶୁର ମୃତଦେହ ସତ୍କାର କଲା ଯୁବ କୁଲୁତା ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ଏକ ମହତ ଓ ମାନବୀୟ କାର୍ଯ୍ୟ ଦେଖିବାକୁ ମିଳିଛି । ଜଣେ ଅସହାୟ ପରିବାରର ନବଜାତ ଶିଶୁର ଶେଷ ସତ୍କାର କରି ସମାଜରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ । ସୂଚନା ଅନୁଯାୟୀ ନୁଆପଡା ଜିଲ୍ଲା ସୁନାବେଡା ଗ୍ରାମର କୁନାଲ ଖମାରୀଙ୍କ ପତ୍ନୀ ସୁକାନ୍ତି ଗତକାଲି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ଆଜି ସକାଳେ ଶିଶୁ ପୁତ୍ରଟିର ମୃତ୍ୟ ଘଟିଥିଲା । ଖବର ପାଇ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସଦସ୍ୟମାନଙ୍କ ସହଯୋଗରେ ମୃତ ଶିଶୁପୁତ୍ରକୁ ଟିଟିଲାଗଡ ରାସ୍ତା ଚମଡା ଗୋଦାମ ନିକଟସ୍ଥ ଜଙ୍ଗଲରେ ସସମ୍ମାନ ଶେଷ ସତ୍କାର କରିଥିଲେ । ଏହିପରି ନିସ୍ୱାର୍ଥପର ଓ ମାନବୀୟ ସେବା ପାଇବା ପରେ ମୃତକଙ୍କ ପରିବାର ବର୍ଗ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.