
ବଲାଙ୍ଗିର, (କେପିଏନ୍ଏସ୍) : ଶାନ୍ତିପଡ଼ା ପତଞ୍ଜଳି ଯୋଗ କକ୍ଷ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ଯୋଗ କକ୍ଷର ପରିଚାଳକ ଆଶୁତୋଷ ମିଶ୍ର ଗୁରୁ ପୂର୍ଣ୍ଣିମାର ମହତ୍ତ୍ୱ ଏବଂ ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରାର ଗୌରବମୟ ଭୂମିକା ଉପରେ ଆଲୋକପାତ କରିଥିଲେ । ପରେ ଯୋଗ ପ୍ରତିଷ୍ଠାତା ସଦସ୍ୟା ଶ୍ରୀମତୀ ପ୍ରତିମା ଖମାରି ଗୁରୁ ଶ୍ରୀ ଯାଦବ ନାଏକଙ୍କୁ ବିଧିବଦ୍ଧ ଭାବେ ଗୁରୁ ପୂଜନ କରିଥିଲେ । ଏହାପରେ ଯୋଗ ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଗୁରୁଙ୍କ ପୂଜା କରି ଆଶୀର୍ବାଦ ଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଦୀପ ଖମାରି, ପ୍ରଶାନ୍ତ ସାହୁ, ବୁଦୁ ପଧାନ ଓ ପଙ୍କଜିନୀ ଠାକୁର ଗୁରୁଙ୍କ ମହିମା ଓ ଯୋଗର ଆଧ୍ୟାତ୍ମିକ ମୂଲ୍ୟବୋଧ ସମ୍ପର୍କରେ ନିଜ ମତାମତ ପ୍ରକାଶ କରିଥିଲେ । ଶେଷରେ ଗୁରୁ ଶ୍ରୀ ଯାଦବ ନାଏକ ଉପସ୍ଥିତ ସମସ୍ତଙ୍କୁ ଆଶୀର୍ବଚନ ପ୍ରଦାନ କରି ନିୟମିତ ଯୋଗାଭ୍ୟାସ, ସୁସ୍ଥ ଜୀବନଶୈଳୀ ଓ ମାନବ ସେବାର ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୃପ ରଣା, ଦୀନବନ୍ଧୁ ଡାଙ୍ଗ, ଶିବ ସାହୁ, ମୋତିଲାଲ ସାହୁ, ସାନେ ନାଏକ, ଅନୁପମା, ସଂଯୁକ୍ତା, ଅଞ୍ଜଳି, ସୀମା, ରାଧାରାଣୀ, ମୁନକି, ସୁଜାତା, ନାରାୟଣୀ, ସୁପକାନ୍ତି, କନକ, ସନ୍ତୋଷିନୀ, ପିଙ୍କି, ପୁଷ୍ପାଞ୍ଜଳି, ଲୋଭାବତୀ ଓ ଯୋଗମାୟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।