
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାର ଐତିହାସିକ ବୁଢ଼ିଆଈ ଯାତ୍ରା ଗତ ସୋମବାର ଦିନ ଗୋରସ ରୋକା ହେବା ସହ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ମଙ୍ଗଳବାର ଦିନ ସନ୍ଧ୍ୟାରେ ସମସ୍ତ ଦେହେଲିଆଙ୍କୁ ଲାଟ ବଣ୍ଟାଯିବା ପରେ ସେରନିବଟା ପର୍ବ ହୋଇଯାଇଛି । ଆଜି ଅର୍ଥାତ୍ ବୁଧବାର ସକାଳେ ଦେହେରୀ ଓ ଝାଙ୍କରଙ୍କୁ ବରଣ କରାଯିବା ପରେ ପ୍ରସିଦ୍ଧ ବୁଢ଼ୀଆଇ ଯାତ୍ରା ଆରମ୍ଭ ହେବ । ବୁଢ଼ୀଆଈ ଯାତ୍ରାର ମୁଖ୍ୟ ବରୁଆ ଭାବେ ସନ୍ତୋଷ ଥନାପତି ଦାୟିତ୍ୱ ନେଇଥିବା ବେଳେ ଜମିଦାର ଦୁର୍ଗାପ୍ରସାଦ ସିଂଦେଓ, ପୂଜକ ଉଜ୍ୱଳ ଝାଙ୍କରଙ୍କ ସହ ସମସ୍ତ ଦେହେଲିଆ ନିଜ ନିଜ କର୍ତ୍ତବ୍ୟ କରିବାକୁ ପ୍ରସ୍ତୁତ ହୋଇଛନ୍ତି ।