
ବଲାଙ୍ଗିର, (କେପିଏନ୍ଏସ୍) : ସଦାଇପାଲି ପଲ୍ଲିଶ୍ରୀ ବିହାର ଠାରେ ଅବସ୍ଥିତ ସାଇଟ ନର୍ସିଂ କଲେଜ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର, ସଭାପତି ଡ. ପ୍ରମୋଦ କୁମାର ମିଶ୍ର ଏବଂ ଅଧ୍ୟକ୍ଷା ପ୍ରଫେସର ସ୍ନିଗଧାମିନତୀ ଦାନୀଙ୍କ ଅଧ୍ୟକ୍ଷତାରେ ବିଶ୍ୱ ହେପାଟାଇଟିସ୍ ଦିବସ କଲେଜ ସଭାଗୃହରେ ପାଳିତ ହୋଇଯାଇଛି । ପ୍ରଫେସର ଦାନୀ ମୁଖ୍ୟତଃ ହେପାଟାଇଟିସ୍-ବି ଓ ସି ଦୀର୍ଘକାଳିନ ରୋଗ ସୃଷ୍ଟି କରି ଲିଭର କ୍ୟାନସର କାରଣ ହୋଇପାରେ ବୋଲି ସମସ୍ତଙ୍କୁ ସୂଚାଇଥିଲେ ଏବଂ ରୋଗରୁ ବଞ୍ଚିବାପାଇଁ ସୁରକ୍ଷିତ ରକ୍ତସଞ୍ଚାର, ସ୍ୱଚ୍ଛସୁଇ ଓ ବ୍ୟକ୍ତିଗତ ଭାବରେ ସ୍ୱଚ୍ଛତାରଖି ଟୀକା ନେବା ଜରୁରୀ ବୋଲି କହିଥିଲେ । ଏହା ସଙ୍ଗେସଙ୍ଗେ ହେପାଟାଇଟିସ୍ ପ୍ରତିରୋଧ, ପରୀକ୍ଷା ଓ ଚିକିତ୍ସାରେ ଥିବା ବାଧାକୁ ଦୂର କରିବା ସହ ମୁକ୍ତ ସମାଜ ଗଠନରେ ସହଯୋଗ ହେବା ବୋଲି ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀ ମେହେର, ଅର୍ପିତା ପଧାନ, ଭଗବତୀ ମେହର, ମନିଷା ଖାଡିଆ, ଅଙ୍କିତା ମେହେର, ବବିତା କୁଅଁର, ମହମ୍ମଦ କାଜିମ, ଜତିନ ରଣା, ଅଶୋକ ପଧାନ, ପ୍ରଶାନ୍ତ ତ୍ରିପାଠୀ, ଜୟନ୍ତ ପଟେଲ, ଲୋକନାଥ ସିଂହ ଏବଂ ନର୍ସିଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ନର୍ସିଂ ଉପାଧ୍ୟକ୍ଷା ପ୍ରଫେସର ଲୋପାମୁଦ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।