jayashree

ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତିର ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତି ତରଫରୁ ରଥଯାତ୍ରା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଚିତ୍ରାନନ୍ଦ ପଢିଆରୀ ଓ ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନଅ ଦିନ ଧରି ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ସହ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ବିତରଣ କରାଯାଇଥିଲା । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଜାତା ସାହୁ ପାଲା ପରିବେଷଣ କରିଥିଲେ । ଅନ୍ୟପକ୍ଷେ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ପ୍ରସାଦ ବିତରଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ସମିତି ତରଫରୁ ସର୍ବଶ୍ରୀ କାମେଶ୍ୱର ଦତ୍ତ, ରାଧାଶ୍ୟାମ ନାୟକ, ଚୌଧୁରୀ ରମେଶ ଦାସ, ପ୍ରଭାତ ମହାପାତ୍ର, ବ୍ରଜକିଶୋର ପାଣି, ଭବାନୀ କବି, ପ୍ରସନ୍ନ କୁମାର ସାବତ, ରୁଦ୍ରନାରାୟଣ ତ୍ରିପାଠୀ, ସରୋଜ ଦାସ, ସୁରେଶ ପଣ୍ଡା, ରବିନ୍ଦ୍ର ମହାନ୍ତି, ଆଶିଷ ଦାସ, ରାଜୀବ ପ୍ରତିହାରୀ, ହାପି ମୋମେଣ୍ଟସ ତରଫରୁ ଇପ୍ସିତା ଦାସ, ରାଜେନ୍ଦ୍ର ପଣ୍ଡା, ରଶ୍ମିତା ଓ ଅନ୍ୱେଷା ପଣ୍ଡା, ଚାରୁଲତା ସାମଲ, ଗଜେନ୍ଦ୍ର ମେହେର, ପ୍ରଦୀପ ବିଶୋୟୀ, କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ ଶେଷଦିନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଅତିଥି ଭାବେ ଯୋଗଦେଇଥିଲେ ।

Leave A Reply

Your email address will not be published.