ତରଭା ବ୍ଳକ ଅଂଚଳରେ କଂଗ୍ରେସ ପକ୍ଷରୁ ବନ୍ଦ ଡ଼ାକରା ସଫଳ

ତରଭା, (ଜିତେନ୍ଦ୍ର ସା) : ସବୁ ସ୍ଥାନ ଭଳି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଅଂଚଳରେ ମଧ୍ୟ କଂଗ୍ରେସ ପକ୍ଷରୁ ତରଭା ବନ୍ଦ ହୋଇଛି । ସମସ୍ତ ସ୍କୁଲ, କଲେଜ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ୟ୍ୟାନୁଷ୍ଠାନ ମାନ ବନ୍ଦ ରହିଥିବା ବେଳେ ଜରୁରୀ କାଳୀନ କ୍ଷେତ୍ରରେ ମେଡିକାଲ ଷ୍ଟୋର, ହସ୍ପିଟାଲ, ଆମ୍ବୁଲାନ୍ସ ସେବା, ବିବାହ କାର୍ୟ୍ୟକ୍ରମ ଆଦି ଚାଲୁ ରହିଛି । ତରଭା କଂଗ୍ରେସ ଅଧ୍ୟକ୍ଷ କାର୍ତ୍ତିକ ନାଗଙ୍କ ନିର୍ଦ୍ଦେଶନାରେ ସମସ୍ତ ତରଭାବାସୀ ବନ୍ଦ ଡ଼ାକରାକୁ ସୁଚାରୁ ରୂପେ ସଫଳ କରିଥିବା ଜଣାପଡିଛି ।

Leave A Reply

Your email address will not be published.