
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସଚେତନ ନାଗରିକ ମଞ୍ଚର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶଙ୍କ ପିତା ଡ. ବଂଶୀଧର ଦାଶ (୮୨)ଙ୍କ ଗତ ଶନିବାର ଅପରାହ୍ନରେ ପରଲୋକ ଘଟିଛି । ସେ ଜଣେ ଅମାୟିକ ବ୍ୟକ୍ତିତ୍ୱ ତଥା ଜଣେ ସାହିତ୍ୟିକ ଭାବେ ବେଶ୍ ପରିଚିତ ଥିଲେ । ତାଙ୍କ ବିୟୋଗରେ ରାଉରକେଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ମଞ୍ଚର ସଭାପତି ଇଂ ଅଭୟ କୁମାର ଦାସ, ସାଧାରଣ ସମ୍ପାଦକ ପି.ପି. ରାୟ, ଜଗବନ୍ଧୁ ଜେନା, ଚିତ୍ତରଞ୍ଜନ ଦାସ, ଜଟାଧାରୀ ମାଝୀ, କୁଞ୍ଜବିହାରୀ ରାଉତ, ଶଶଧର ପାତ୍ର, ରମେଶ ଚନ୍ଦ୍ର ସେଠୀ, ସୁବ୍ରତ କୁମାର ମଲ୍ଲିକ, ଜଗନ୍ନାଥ ରାଉତ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ବିଜୟ ବରାଳ, ରାଜକିଶୋର ମିଶ୍ର, ସସ୍ମିତା ପ୍ରଧାନ, ଶୈଳେନ୍ଦ୍ର କୁମାର ମହାନ୍ତି ସମେତ ମଞ୍ଚର ବହୁ ସଦସ୍ୟ ଡ. ବଂଶୀଧର ଦାଶଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରି ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।