jayashree

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ସୁଶାନ୍ତ ସିଂହଙ୍କ ପରଲୋକ ଭୁବନେଶ୍ୱର ଠାରେ ରବିବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ସଦସ୍ୟଙ୍କ ଠାରୁ ସୂଚନା ମିଳିଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଭାଇ ଦୀପକ ସିଂହଙ୍କ ପୁଅ ଉପସ୍ଥିତ ଥିଲେ । ସ୍ୱର୍ଗତ ସିଂହ ଭଟଲି ନିର୍ବାଚନ ମଣ୍ଡଳୀରୁ ଏକାଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ଥାନ ପାଇଥିଲେ । ତାଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶା ଜଣେ ପ୍ରଭାବଶାଳୀ ରାଜନେତାଙ୍କୁ ହରାଇଲା ।

Leave A Reply

Your email address will not be published.