jayashree

ସରକାରୀ ମେଡିକାଲ କଲେଜର ସୁପର ସ୍ପେଶିଆଲିଟି ବିଭାଗ ପାଇଁ ଅନୁମୋଦନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୧୫୨ଟି ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ସିନିୟର ରେସିଡେଣ୍ଟ ପଦବୀକୁ ବିଭିନ୍ନ ସରକାରୀ ମେଡିକାଲ କଲେଜର ସୁପର ସ୍ପେଶିଆଲିଟି ବିଭାଗ ପାଇଁ ଅନୁମୋଦନ କରିଛନ୍ତି । ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ, ବଲାଙ୍ଗିରରେ ହୃତପିଣ୍ଡ ବିଜ୍ଞାନ, ସ୍ନାୟୁ ବିଜ୍ଞାନ, ସ୍ନାୟୁ ଶଲ୍ୟଚିକିତ୍ସା, ପ୍ଲାଷ୍ଟିକ ସର୍ଜରୀ ଓ ବୃକକ ଚିକିତ୍ସା ବିଭାଗ ପାଇଁ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ସିନିୟର ରେସିଡେଣ୍ଟ ପଦବୀ ମଞ୍ଜୁର ହୋଇଛି । ଏହି ଅନୁମୋଦନ ପରେ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ବୃଦ୍ଧି ପାଇଛି । ସରକାର ସର୍ବଦା ଲୋକଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ପ୍ରତିବଦ୍ଧ । ସରକାରଙ୍କ ଏହି ପଦକ୍ଷେପ ଗ୍ରହଣ ଫଳରେ ଆଗାମୀ ଦିନରେ ମାନବ ସମ୍ବଳ ବୃଦ୍ଧି ହେବା ସହ ସ୍ୱାସ୍ଥ୍ୟ ସେବା ଶିଖର ଛୁଇଁବ ବୋଲି ଆଶା ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ଗତ ଦୁଇ ବର୍ଷ ମଧ୍ୟରେ ବିଭାଗରେ ୫,୧୯୭ ମେଡିକାଲ ଅଫିସର ଓ ପାରାମେଡିକ୍ସ ଷ୍ଟାଫ ନିଯୁକ୍ତି ହୋଇଛନ୍ତି । ସେହିପରି ୫,୯୮୯ ନର୍ସିଙ୍ଗ ଅଫିସର ଏବଂ ୨୪୦ ରେଡିଓଗ୍ରାଫର ନିଯୁକ୍ତି ପାଇଁ ଅନୁମୋଦନ, ୧,୧୦୮ ଫାର୍ମାସିଷ୍ଟ ଅଧିକାରୀ, ୨୩୮ ଅପଥାଲମିକ ଅଧିକାରୀ ଓ ୩୮୦ ମେଡିକାଲ ଲ୍ୟାବ ଟେକନିସିଆନ ପଦବୀ ଅନୁମୋଦନ ମିଳିଛି ।

Leave A Reply

Your email address will not be published.