jayashree

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଗଛରେ ପିଟିହୋଇ ଯୁବକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଗମ୍ଭାରୀ–ମାଟିଖାଇ ରାସ୍ତାରେ ରବିବାର ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବଡ଼ବିଛଲୀବାହାଲ ଗ୍ରାମର ଗୋପ ବରିହା (୨୩)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ସୁମନ୍ତ ଦୀପ (୨୫) ଗୁରୁତର ଆହତ ହୋଇ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ବର୍ଷା ଯୋଗୁଁ ରାସ୍ତା ଉପରେ ଢଳିପଡ଼ିଥିବା ଏକ ବିରାଟ ତେନ୍ତୁଳି ଗଛରେ ବାଇକ ଧକ୍କା ଲାଗିବାରୁ ଏହି ଅଘଟଣ ଘଟିଥିଲା । ଖବର ପାଇ ଖପ୍ରାଖୋଲ ପୋଲିସ ଓ ଅଗ୍ନିଶମ ବିଭାଗ ଆହତଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ପ୍ରଶାସନର ସଡ଼କ ସୁରକ୍ଷା ପ୍ରତି ପ୍ରସ୍ତୁତି ଓ ଯୁବପିଢ଼ିଙ୍କ ବେପରୁଆ ବାଇକ ଚାଳନା ଉଭୟ ଉପରେ ପ୍ରଶ୍ନ ଉଠାଇଛି । ବର୍ଷା ସମୟରେ ରାସ୍ତାରୁ ଢଳି ପଡ଼ିଥିବା ଗଛ ତୁରନ୍ତ ହଟାଇବା, ବିପଦ ସଙ୍କେତ ଲଗାଇବା ଏବଂ ନିୟନ୍ତ୍ରିତ ବେଗ ସହ ହେଲମେଟ ବ୍ୟବହାରକୁ କଡ଼ାକଡ଼ି କରିବା ଜରୁରୀ ବୋଲି ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.