jayashree

ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗରେ ଦୁଇ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ଥାନା ଡାମେରିକିଆ ନିକଟ ମାରବାଲି ଠାରେ ସାରଙ୍ଗଗଡ଼ ପାଟ୍ଟଖଣ୍ଡା ସାହିର ବଶିଷ୍ଠ ପାତ୍ରଙ୍କ ପୁଅ କିରଣ ସିଂ ପାତ୍ର (୨୫) ଓ ଜିରିଡିକିଆ ଗ୍ରାମର ପିର ପ୍ରଧାନଙ୍କ ପୁଅ ରବି ଚନ୍ଦ୍ର ପ୍ରଧାନ (୫୫) ଜଣେ ସ୍କୁଟି ଆରୋହୀ ଠାରୁ ଗତ ବୁଧବାର ଦିନ ଜୋର ଜବରଦସ୍ତ ଭୟଭୀତ କରିବା ସହିତ ମାଡ଼ମାରି ମୋବାଇଲ ସହ ଟଙ୍କା ଲୁଟି ନେଇଥିଲେ । ଉକ୍ତ ଅଭିଯୋଗରେ ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂଚନା ଅନୁସାରେ ଗତ ୨୨ ତାରିଖରେ ବିଶିପଡ଼ା ଗ୍ରାମର ସଚିନ କୁମାର ସାହାଣୀ ବାଲିଗୁଡ଼ା ବଡ଼ଗାଁରୁ ନିଜ ଗ୍ରାମକୁ ସ୍କୁଟି ଯୋଗେ ଫେରୁଥିଲେ । ତେବେ ପ୍ରାୟ ରାତି ୧୦ ବେଳେ ରାଇକିଆ-ସାରଙ୍ଗଗଡ଼ ଛକରେ ଥିବା ଉକ୍ତ ଅଭିଯୁକ୍ତ ଦୁଇଜଣ ଓଡି ୧୨ଡି ୦୭୩୧ ଟିଭିଏସ୍‌ ଆପାଚି ବାଇକ୍ ଆରୋହୀ ସଚିନକୁ ଏକୁଟିଆ ସ୍କୁଟିରେ ଯିବା ଦେଖି ପିଛା କରିଥିଲେ । ମାରବାଲି ପାଖରେ ସ୍କୁଟିକୁ ଧକ୍କା ଦେଇ ଚାବି ଛଡ଼ାଇ ମାଡ ମାରିବା ସହ ଧମକାଇ ଗୋଟିଏ ମୋବାଇଲ ଓ ଦୁଇ ହଜାର ଟଙ୍କା ଲୁଟି ନେଇ ସେଠାରୁ ଫେରାର ହୋଇ ଯାଇଥିଲେ । ପରେ ହତାଶ ହୋଇ ସଚିନ କ. ନୂଆଗାଁ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଭାରପ୍ରାପ୍ତ ଥାନା ଅଧିକାରୀ ଅଶୋକ କୁମାର ତ୍ରିପାଠୀ ଥାନା କେସ ନଂ ୧୧୪/୨୬ ଋଜୁ କରି ବିଏନ୍‌ଏସ୍‌ ୩୦୯(୬) ଧାରାରେ ତଦନ୍ତ କରି ଉଭୟ ଅଭିଯୁକ୍ତକୁ ଗିରଫ କରି ବ୍ୟବହୃତ ବାଇକ୍, ମୋବାଇଲ ଫୋନ୍ ଓ ଦୁଇ ହଜାର ଟଙ୍କା ଜବତ କରିବା ସହ କୋର୍ଟକୁ ପଠାଇ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଉକ୍ତ ଅଭିଯୁକ୍ତ ପୂର୍ବରୁ ସାରଙ୍ଗଗଡ଼ ଥାନା ଡକାୟତି କେସରେ ଜେଲରେ ରହି ଏବେ ବେଲରେ ଆସି ପୁଣି ଡକାୟତି କରି ଜେଲ୍ ଯାଇଥିବାରୁ ଅଞ୍ଚଳବାସୀ ଆଶ୍ୱସ୍ତ ହୋଇଛନ୍ତି ।

Leave A Reply

Your email address will not be published.