
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୁର୍ଦ୍ଧାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ଏନକାଉଣ୍ଟର ଗଞ୍ଜାମ ପୁଲିସ । କାଳିଆର ଆଣ୍ଠୁରେ ବାଜିଛି ଗୁଳି । ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଓ ତାଙ୍କ ଟିମ ସହ କୋଦଳା -ସିଂହାସିନି ରୋଡ଼ରେ ମୁହାଁ ମୁହିଁ ହୋଇଥିଲା କାଳିଆ । ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା । ପାଲଟା ଜବାବ ଦେଇଥିଲା ପୁଲିସ । କାଳିଆର ଆଣ୍ଠୁରେ ବାଜିଛି ଗୁଳି । ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ବହୁ ସଂଗୀନ ମାମଲା କାଳିଆ ନାମରେ ରହିଥିବା ଜଣାପଡିଛି ।