କଂଗ୍ରେସର ବନ୍ଦ ଡ଼ାକରା : ବଲାଙ୍ଗିର ସହର ଠପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ୟ୍ୟନ୍ତ କଂଗ୍ରେସ ଦଳ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି ।

ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ସହ ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ୟ୍ୟାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କ ଅପାରଗତା ବିରୁଦ୍ଧରେ ଏହି ୬ ଘଂଟିଆ ବନ୍ଦ ଡ଼ାକରା ଦିଆଯାଇଥିବା ଦଳ କହିଛି ।

ଏହି କ୍ରମରେ ବଲା‌ଙ୍ଗିର ସହରରେ ଏହି ବନ୍ଦର ପ୍ରଭାବ ବିଶେଷ ଭାବରେ ଦେଖିବାକୁ ମିଳିଛି । ଦୋକାନ ବଜାର ସଂପୂ‌ର୍ଣ୍ଣ ଠପ୍‌ ହୋଇ ଯାଇଥିବା ବେଳେ ରା‌ସ୍ତାଘାଟ ଶୁନ୍‌ଶାନ୍‌ ହୋଇ ପଡ଼ିଛି । କଂଗ୍ରେସ କର୍ମୀମାନେ ଜି‌ଲ୍ଲାପାଳ‌ଙ୍କ କାର୍ଯ୍ୟାଳୟ ସ‌ମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛ‌ନ୍ତି । ସହରର ବିଭି‌ନ୍ନ ‌ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ ମଧ୍ୟ କରିଥିବାର ଦେଖିବାକୁ ମିଳିଛି । ତେବେ ଏହି ବ‌ନ୍ଦ ଯୋଗୁଁ ବଲା‌ଙ୍ଗିର ସହର ସଂପୂ‌ର୍ଣ୍ଣ ଠପ୍‌ ହୋଇ ପଡ଼ିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.