ମାଣ୍ଡେ଼ାସିଲ ହାଇସ୍କୁଲ ପୁରାତନ ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକର ସର୍ବ ପୁରାତନ ସରକାରୀ ହାଇସ୍କୁଲର ୧୯୮୯ ବର୍ଷ ମ୍ୟାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଳା ସୀମାନ୍ତ ନୂଆପଡ଼ା ଜିଲ୍ଲାର ସାହିପଲା ଡ୍ୟାମଠାରେ ଏହି ବନ୍ଧୁ ମିଳନ ଦୀର୍ଘ ୩୨ ବର୍ଷ ପରେ ଅନୁଷ୍ଠିତ ହୋଇଥିବାରୁ ସହପାଠୀ ମଧ୍ୟରେ ବେଶ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥିଲା ।

୧୯୮୯ ମସିହାରେ ଦଶମ ଶ୍ରେଣୀରେ ପଡୁଥିବା ସହପାଠୀ ମାନେ ନିଜ ନିଜ ପରିବାର କୁଟୁମ୍ବ ସହ ପହଞ୍ଚିଥିଲେ । ମହେନ୍ଦ୍ର ଖୁଣ୍ଟିଆ, ହୃଷୀକେଶ ବାଗ, ସନ୍ତୋଷ ଥପା, ଚିନ୍ତାମଣି ସାହୁ, ମହେନ୍ଦ୍ର ସାହୁ, ରାଜେନ୍ଦ୍ର ନାୟକ, ତରଣୀସେନ ଡନସନା, ବିଶ୍ଵନାଥ ସେଠ, ମନୋହର ସାହୁ, ଧିରେନ୍ ମହାନ୍ତି ପ୍ରମୁଖଙ୍କ ଉଦ୍ୟମ ଫଳରେ ଯୋଗାଯୋଗର ମାଧ୍ୟମ କରି ୧୯୮୯ ବର୍ଷର ସହପାଠୀଙ୍କୁ ଏକତ୍ରିତ କରିବାରେ ସଫଳତାକୁ ଭୁୟସି ପ୍ରଶଂସା କରାଯାଇଥିଲା ।

ସର୍ବ ପ୍ରଥମେ ଜଗତ ଦାତ୍ରୀ ମାଁ ଦୁର୍ଗା ଓ ସରସ୍ଵତୀ ଦେବୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ପ୍ରାରମ୍ଭିକ ସଙ୍ଗୀତ ସହପାଠୀଙ୍କ ଝିଅମାନ‌ଙ୍କ ଦ୍ଵାରା ଗାନ କରାଯାଇଥିଲା । ପୁଲୱାମା ଆକ୍ରମଣରେ ସହିଦ ଯବାନ ଓ ସହପାଠୀ ସ୍ବର୍ଗତ ଗୌରହରି ରଣା, ଖଗେଶ୍ବର ବରିହା, ପଦ୍ମଲୋଚନ ସାହୁ ଓ ଗୟାଧର ମାଝୀଙ୍କ ଅମର ଆତ୍ମାର ସତଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ବନ୍ଧୁ ମିଳନ କାର୍ୟ୍ୟକ୍ରମରେ ଗୋକୁଳ ଡ଼ନସନାଙ୍କ ଦ୍ଵାରା ସଭା ସଞ୍ଚାଳନ ସରସ ସୁନ୍ଦର ଭାବେ ପରିବେଷଣ କରାଯାଇ ଉପସ୍ଥିତ ସହପାଠୀମାନେ ନିଜ ନିଜ ପୁଅ ଝିଅମାନଙ୍କ ସହ ସାମିଲ ହୋଇ ନିଜ ନିଜ କର୍ମ କରୁଥିବା କାର୍ୟ୍ୟ ସହ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ୧୯୮୯ ମ୍ୟାଟ୍ରିକ ବ୍ୟାଚ ସହପାଠୀମାନେ ଅନେକ ସରକାରୀ ବେସରକାରୀ ଅନୁଷ୍ଠାନରେ ଚାକିରୀ କରିଥିବା ବେଳେ ଅନେକାଂଶ ବ୍ୟବସାୟ,ଠିକାଦାର, ସମାଜସେବୀ, ରାଜନୀତି ଆଦି କରି ନିଜ ନିଜ କର୍ମଭାବେ ନିର୍ବାହ କରୁଥିବା ବେଳେ ଅନେକ ସହପାଠୀ ଚାଷ କାମକୁ ନିଜର କର୍ମ ଭାବେ ବାଛି ନେଇ ଦେଶକୁ ଆହାର ଯୋଗାଇ ଦେଉଥିବା ଭଳି ମହତ୍ କର୍ମ କରୁଥିବା ମତ ପୋଷଣ କରିଥିଲେ । ଭାବର ଆଦାନ ପ୍ରଦାନ ପରେ ସହପାଠୀ ମଧ୍ୟରେ ଯେ କୌଣସି ସମସ୍ୟା ଦେଖାଦେଲେ ଖବର ପାଇବା ମାତ୍ରେ ଠିଆ ହୋଇ ସହଯୋଗର ହାତ ଦେବାପାଇଁ ଏହି ବନ୍ଧୁମିଳନ ମହୋତ୍ସବରେ ନିଷ୍ପତ୍ତି ନିଆଯାଇଛି । ପରିଶେଷରେ ସହପାଠୀ ମାନସ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.