ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ନୂତନ ଅନୁଦାନ ଦାବୀରେ ପ୍ରଶାସନର ଦ୍ୱାରସ୍ଥ

csstore

କଳାହାଣ୍ଡି, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ କଳାହାଣ୍ଡି ଜିଲ୍ଲା ତରଫରୁ ନୂତନ ଅନୁଦାନ ଦାବୀରେ ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସଂଘର ସଭାପତି ବିଶ୍ୱ ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଂଯୋଜକ ଲକ୍ଷ୍ମୀକାନ୍ତ ବେହେରା ଓ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ହେମନ୍ତ ରଣା ଅଧ୍ୟାପିକା ସୁସ୍ମିତା ପଣ୍ଡା, ରାଜେଶ୍ୱରୀ ରାଜପାଏଲୋ ସୁଶୀସ୍ମିତା ପଣ୍ଡା ଅଧ୍ୟାପକ ଦୀନେଶ ପଟେଲ ରୋହିତ ସୁନା, ଥବିର ରାଉତ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାର ସମସ୍ତ ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ୧/୬/୨୦୦୮/ରୁ ୧/୬/୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱରା ନିଯୁକ୍ତି ପାଇଥିବା ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଂକୁ ନୂତନ ଅନୁଦାନ ଦାବିରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ୨୦୨୫ ମସିହା ଜୁଲାଇ ମାସରେ ଲୋୟାର ପିଏମ୍‌ଜିରେ ସଂଘ ତରଫରୁ ହୋଇଥିବା ଆମରଣ ଅନଶନ ମାଧ୍ୟମରେ ସଂଘ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟି ଗୋଚର କରିଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ହିସାବରେ ବାବୁସିଂ ବିଧାୟକ ଏକମ୍ର ଭୁବନେଶ୍ୱର ଓ ଆଶ୍ରିତ ପଟ୍ଟନାୟକ ବିଧାୟକ ପିପିଲି ସହଯୋଗରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅଧ୍ୟକ୍ଷତାରେ ଉଚ୍ଚ ଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସହ ସଂଘ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ମାତ୍ର ପରବର୍ତ୍ତୀ ଅବସ୍ଥାରେ ବିଧାନସଭାରେ ଶିକ୍ଷକ ସମାଜଙ୍କ ବିଭିନ୍ନ ଦାବୀକୁ ସମସ୍ୟାକୁ ସମାଧାନ କରିବା ଉଦ୍ଦେଶ୍ୟରେ ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଛଅ ମାସ ମଧ୍ୟରେ ସଂଘ ଦାବୀ ସମ୍ୱନ୍ଧରେ ତଥ୍ୟ ଦେବା ପାଇଁ ଘୋଷଣା କରିଥିଲେ । ମାତ୍ର ଉକ୍ତ କମିଟି ୬ ମାସ ଅବଧି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସଂଘର ଦାବୀ ସମ୍ୱନ୍ଧୀୟ ତଥ୍ୟ ପ୍ରେରଣ କରିଥିବା ବେଳେ ସରକାର ଅଧ୍ୟାପକ ମାନଙ୍କ ସମସ୍ୟାକୁ ସମାଧାନ ନ କରି ‘ଜ୍ଞାନଦ୍ୱୟରୁ ଶିକ୍ଷାର ସମୃଦ୍ଧି ‘ଯୋଜନାକୁ ସରକାର ତରବରିଆ ଭାବେ କରିବା ଦ୍ୱାରା ଏହି ଅଧ୍ୟାପକ ଏବଂ କର୍ମଚାରୀଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ଆଡକୁ ଟାଣି ହୋଇଯାଉଛି ତେଣୁ ସଂଘ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଆଗାମୀ ମୌସମୀ ଅଧିବେଶନ ପୂର୍ବରୁ ୨୦୦୮-୨୦୧୮ ସରକାରୀ ଅନୁଦାନ ଘୋଷଣା ନିମନ୍ତେ ଦାବୀପତ୍ର ପ୍ରଦାନ କରିଅଛି ଯଦି ସରକାର ଏହାର ସମାଧାନ ନ କରନ୍ତି ତେବେ ମୌସମୀ ଅଧିବେଶନରେ ସଂଘ ଲୋୟାର ପିଏମଜି ଗଣତାନ୍ତ୍ରିକ ପଦ୍ଧତିରେ ଜୋରଦାର ଆନ୍ଦୋଳନ କରିବ ।

Leave A Reply

Your email address will not be published.