ବେଦାନ୍ତର ବକ୍ସାଇଟ ଡମ୍ପିଙ୍ଗକୁ ନେଇ ତୀବ୍ର ଆନ୍ଦୋଳନ

csstore

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଶିବପଦର ପଞ୍ଚାୟତରେ ପରିବେଶ ସୁରକ୍ଷାକୁ ନେଇ ଅଣ୍ଟା ଭିଡ଼ିଲେ ଶିବପଦର ପଞ୍ଚାୟତବାସୀ । ବେଦାନ୍ତର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିବପଦର ଗ୍ରାମ ପଞ୍ଚାୟତବାସୀ । ଆନ୍ଦୋଳନ ଆଜିକୁ ପ୍ରାୟ ୪୬ ଦିନ ବିତିଗଲାଣି । ଦାବିପୂରଣ ନ ହେବା ଯାଏଁ ଆମେ ଆମର ରାସ୍ତା ଛାଡ଼ିବୁ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି । ପରିବେଶ ସୁରକ୍ଷାକୁ ନେଇ ସ୍ଥାନୀୟ ଜନସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ରାସ୍ତା ଅବରୋଧ କରିଥିବା ଶିବପଦର ପଞ୍ଚାୟତବାସୀଙ୍କ ଠାରୁ ପ୍ରକାଶ ପାଇଛି । ଆଜିର ଏହି ଆନ୍ଦୋଳନରେ ଅଞ୍ଚଳବାସୀଙ୍କ ମଧ୍ୟରେ ବ୍ୟାପକ ମହିଳା ପୁରୁଷ ଉପସ୍ଥିତି ଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.