ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀରେ ବରଗଡ଼ରେ ବିକ୍ଷୋଭ ପ୍ରଦର୍ଶନ ଓ ଦସ୍ତଖତ ଅଭିଯାନ

csstore

ବରଗଡ଼, (ମୁନ୍ନା ସାହୁ) : ସାମାଜିକ କର୍ମୀ, ଶିକ୍ଷାବିତ ତଥା ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କ ଆମରଣ ଅନଶନକୁ ବଳପୂର୍ବକ ଦମନ କରିବା ପ୍ରତିବାଦରେ ଆଜି ବରଗଡ଼ ଗାନ୍ଧୀଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ଓ ଦସ୍ତଖତ ଅଭିଯାନ କରାଯାଇଛି । ବରଗଡ଼ର ସଚେତନ ନାଗରିକ ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ଏହି ବିକ୍ଷୋଭରେ ଯୋଗଦେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଥିଲେ । ସୋନମଙ୍କୁ ପୋଲିସ ବଳପୂର୍ବକ ହଟେଇବା ପରେ ଚାରିପଟୁ ସମର୍ଥନର ସୁଅ ଛୁଟୁଛି । ଏହାକୁ ନେଇ ବରଗଡ଼ରେ ମଧ୍ୟ ଉତ୍ସାହ ଦେଖାଦେଇଛି । ଏହି ଦସ୍ତଖତ ଅଭିଯାନରେ ୨ ଶହରୁ ଅଧିକ ଲୋକ ନିଜର ଦସ୍ତଖତ ଦେଇ ସମର୍ଥନ ଜଣାଇଥିଲେ । ଗତ ଗୋଟିଏ ମାସ ହେଲା ସୋନମ ଓ ତାଙ୍କ ସାଥୀମାନେ ଦିଲ୍ଲୀର ଯନ୍ତର ମନ୍ତରରେ ଅନଶନରେ ବସିଛନ୍ତି ଯାହାକୁ ନେଇ ବିଜେପି ସରକାର ଛାନିଆ ହୋଇ ସୋନମଙ୍କୁ ବଳ ପୂର୍ବକ ହଟେଇ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଅପଚେଷ୍ଟା କରିଛି ବୋଲି ଭବାନୀ ସାହୁ କହିଛନ୍ତି । ଗତ ନିଟ୍‌ ପରୀକ୍ଷା ପେପର ଲିକ୍‌କୁ ନେଇ ଦେଶ ତମାମ ଜନ ଆକ୍ରୋଶ ଦେଖାଦେଇଛି । ତେଣୁ ଏହି ଛାତ୍ର ଆନ୍ଦୋଳନ ଆଗକୁ ଭୟାବହ ରୂପ ନେଇପାରେ ବୋଲି ସୁଶାନ୍ତ ସାହୁ କହିଛନ୍ତି । ଏହି ବିକ୍ଷୋଭ ସମାବେଶରେ ଅବିନାଶ ବାଗ, ଆଇନଜୀବୀ ସୁରେନ୍ଦ୍ର ପଣ୍ଡା, ଅନୁପ ଶତପଥି, ହରଦୀପ ସିଂ, ସଂଗ୍ରାମ ନେପାକ, ସ୍ୱରୂପ ଭୋଇ, ବୈକୁଣ୍ଠ ଷଡ଼ଙ୍ଗୀ, ବିମଳ ଶିକ୍କା, ଅସିତ ସାହୁ, ଜୟ କ୍ରିଷ୍ଣା ଛୁରିଆ, ଯଦୁମଣି ପ୍ରଧାନ, ଯୁଗନୁ ଜଗଦଳା, ମାରିୟମ ବାର୍ଲା, ସୁରେଖା ଭୁଏ, ମନୋଜ କଲେତ, ସଂଜୟ କୁମ୍ଭାର, ଅନିଷା କୁମ୍ଭାର, କଳ୍ପନା ସର, ମନୋହର ପ୍ରଧାନ, ସନ୍ତୋଷ ସାହୁ, ଆଜାଦ ପତି ସାମିଲ ଥିଲେ ।

Leave A Reply

Your email address will not be published.