ମୁନିଗୁଡା ଓ ଅମ୍ବାଦଳାରେ ଭବ୍ୟ ରଥଯାତ୍ରା : ଭକ୍ତିର ମହାସୁଅ

csstore

ମୁନିଗୁଡା, (ରମାକାନ୍ତ ପଢାଲ) : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ରାୟଗଡା ଜିଲ୍ଲାର ମୁନିଗୁଡା ଓ ଅମ୍ବାଦଳାରେ ମହାସମାରୋହରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତ ରାତିରୁ ଝିପି ଝିପି ବର୍ଷା ସତ୍ୱେ ଭକ୍ତଙ୍କ ଉତ୍ସାହରେ ଟିକେ ହେଲେ କମି ନଥିଲା । ମହିଳା, ଶିଶୁ, ବୃଦ୍ଧ-ବୃଦ୍ଧା ସମସ୍ତେ ବର୍ଷାରେ ଭିଜି ଜୟ ଜଗନ୍ନାଥ, ହରିବୋଲ ଧ୍ୱନୀରେ ରଥ ଟାଣିଥିଲେ । ସକାଳୁ ମଙ୍ଗଳ ଆଳତି, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାର ପାଳ ପୂଜା ପରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ଘଣ୍ଟ, ମୃଦଙ୍ଗ, କରତାଳ, ହୁଳହୁଳି ମଧ୍ୟରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥରେ ବିଜେ କରିଥିଲେ । ମୁନିଗୁଡାରେ ମୁଖ୍ୟ ପୂଜକ ନରୋତ୍ତମ ଦାସ ଏବଂ ସହଯୋଗୀ ସଦାଶିବ ଦାସ, ବୁବୁନା ମହାପାତ୍ର ସମସ୍ତ ନୀତିକାନ୍ତି ଓ ଛେରା ପହଁରା ସମ୍ପନ୍ନ କରିଥିଲେ । ସେହିପରି ଅମ୍ବାଦଳାରେ ମୁଖ୍ୟ ପୂଜକ ମନୋଜ ତ୍ରିପାଠୀ, ବିଜୟ ମିଶ୍ର, ବିପିନ ବିହାରୀ କର ଓ ଅକ୍ଷୟ ରଥ ବେଦମନ୍ତ୍ର ପାଠ ସହ ରଥ ଉପରେ ସମସ୍ତ ନୀତି ସମ୍ପନ୍ନ କରିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ରଥ ଦଉଡି ଟାଣି ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଇଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ମୁନିଗୁଡା ଥାନା ଅଧିକାରୀ କେଶବ ଷଡ଼ଙ୍ଗୀ ଏବଂ ଅମ୍ବାଦଳା ଥାନା ଅଧିକାରୀ ସୂର୍ଯ୍ୟ ଚନ୍ଦ୍ର ପାଢ଼ୀଙ୍କ ତତ୍ତ୍ୱାବଧାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଉଭୟ ସ୍ଥାନରେ ଯାତ୍ରା ଶାନ୍ତିପୂର୍ଣ ଭାବେ ସମାପ୍ତ ହୋଇଛି ।

Leave A Reply

Your email address will not be published.